ପୁଣି ରବୀନ୍ଦ୍ରନାଥ କହିଛନ୍ତି -
'ଏକ ବାର ତୋରା ମା' ବୋଲିୟା ଡାକ।' ଅର୍ଥାତ୍
ଥରେ ତୁମେ ଭାରତ ମାତାଙ୍କୁ ମାତା ବୋଲି ଡାକ, ଦେଖିବ ସମସ୍ତ ଶକ୍ତି ତୁମ ଭିତରେ ଆସିଯିବ। କିନ୍ତୁ ଆଜି ଏଇ ଭାରତରେ 'ଭାରତ ମାତା କୀ ଜୟ' କହିବା ଅପରାଧ ହୋଇଯାଇଛି। ଏଥିପାଇଁ ଭାରତକୁ ବୁଝିବା ଆବଶ୍ୟକ।
ଇଂରେଜମାନେ ଭାରତ ଛାଡ଼ିବା ପରେ ଭାରତର କିଛି ଲୋକଙ୍କ ଦ୍ୱାରା ଭାରତକୁ ଅଭାରତୀୟ ରୂପେ ଚିତ୍ରଣ କରିବାର ଚେଷ୍ଟା କରାଗଲା। ବର୍ତ୍ତମାନ ଭାରତର ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଭାରତର ମୂଳ ବିଚାର, ଯାହା ସମାଜ ମନର ଗଭୀର ପ୍ରଦେଶରେ ସୁପ୍ତ ଅବସ୍ଥାରେ ଥିଲା, ତାହା ଏବେ ସର୍ବତ୍ର ମୁଖରିତ ହେବାକୁ ଆରମ୍ଭ କରିଛି।
ଏମିତି ଗୋଟିଏ ବାତାବରଣ ନିର୍ମାଣ କରାଯାଇଥିଲା ଯେଉଁଥିରେ ଯିଏ ଭାରତର, ଭାରତୀୟତାର ବିରୋଧ କରିବ ସିଏ ପ୍ରଗତିଶୀଳ, ଉଦାରବାଦୀ ହେବ ଓ ତାକୁ ବହୁତ ବଡ଼ ବୁଦ୍ଧିଜୀବୀ କୁହାଯିବ ଏବଂ ଯିଏ ଭାରତ କଥା କହିବ ସିଏ ସବୁଠୁ ନିକୃଷ୍ଟ, ପଛୁଆ, ସଙ୍କୁଚିତ, ଅସହିଷ୍ଣୁ ଆଦି ଗାଳିର ଶରବ୍ୟ ହେବ।
ଏଥିପାଇଁ ସେଇ ତଥାକଥିତ ବୁଦ୍ଧିବାଦୀମାନେ ଏକ ଶବ୍ଦାବଳୀ ତିଆରି କଲେ। ସେଇ ଶବ୍ଦାବଳୀରେ ଥିବା ଶବ୍ଦ ଗୁଡ଼ିକ କେତେ ଠିକ କେତେ ଭୁଲ ସେଥିରେ ଧ୍ୟାନ ନ ଦେଇ ଶୁଆ ପାଠ ପରି ଆମେ ତାକୁ ଗ୍ରହଣ କରି ଚାଲିଲେ। ଆଉ କେତେଦିନ ସେହି ଭୁଲ ଅର୍ଥ ପ୍ରତିପାଦିତ କରୁଥିବା ଶବ୍ଦକୁ ଆମେ ଗ୍ରହଣ କରୁଥିବା ? ଆମ ପାଖରେ କଣ ଠିକ ଶବ୍ଦର ଅଭାବ ଅଛି କି ?
ଉଦାହରଣ ସ୍ୱରୂପ ପ୍ରୋକ୍ତ ବୁଦ୍ଧିବାଦୀମାନେ ବାମ ଓ ଦକ୍ଷିଣ ଦୁଇଟି ଶବ୍ଦ ସୃଷ୍ଟି କରି ବାମପନ୍ଥୀ ଭାବରେ ନିଜକୁ ଘୋଷିତ କଲେ। କିନ୍ତୁ ସେମାନଙ୍କର ଅନ୍ୟମାନଙ୍କୁ ଦକ୍ଷିଣପନ୍ଥୀ ବୋଲି କହିବାର କିଛି ଯୌକ୍ତିକତା ନାହିଁ। ଯିଏ ଦେଶର ବା ରାଷ୍ଟ୍ରର କଥା କହିଲା ସେ କଣ ଦକ୍ଷିଣପନ୍ଥୀ ? ରାମ ବିରୋଧରେ କହି ଯଦି ସେମାନେ ବାମ ପନ୍ଥୀ ହେଲେ ରାମଙ୍କ କଥା ଯିଏ କହିଲେ ସିଏ ତ ରାମ ପନ୍ଥୀ ହେବା କଥା। ସିଏ ରାଷ୍ଟ୍ରୀୟ ହେବା କଥା। ସମ୍ବିଧାନ ନିର୍ମାତାଗଣ ସମ୍ବିଧାନର ପ୍ରଥମ କିଛି ପୃଷ୍ଠାରେ ଭାରତର ଯେଉଁ କିଛି ରାଷ୍ଟ୍ର ପୁରୁଷଙ୍କ ଛବି ଦେଇଛନ୍ତି ସେଥିରେ ସେମାନେ ସର୍ବ ପ୍ରଥମେ ଶ୍ରୀରାମଙ୍କ ଛବିକୁ ସ୍ଥାନୀତ କରିଛନ୍ତି। ରାମଙ୍କ ଗୁଣଗାନ କରିବା କଣ (ଦକ୍ଷିଣପନ୍ଥୀ) ରାଇଟିଷ୍ଟ ?
ଏ ଶବ୍ଦକୁ ସ୍ୱୀକାର କଣ ପାଇଁ ??
ରାଷ୍ଟ୍ର ପୁରୁଷଙ୍କ ଗୁଣଗାନ ଯେ କରେ ସେ ରାଷ୍ଟ୍ରୀୟ।
ରାଷ୍ଟ୍ରୀୟ ଶବ୍ଦ ଥାଉ ଥାଉ ଦକ୍ଷିଣ ଲେପ ଘଷା କଣ ପାଇଁ ???
୩୦. ୪. ୧୮

No comments:
Post a Comment