Monday, 16 April 2018

*କବିର କର୍ମ*

ଆଜିର ପରିସ୍ଥିତିରେ ସାହିତ୍ୟିକ ରାଷ୍ଟ୍ରୀୟ ଅସ୍ମିତାକୁ ଭୁଲି ନ ଯାଉ। ସେ ଭାରତର ମାନବ କଲ୍ୟାଣକାରିଣୀ ସଂସ୍କୃତିର ବାହକ ହେଉ। ଭାରତୀୟ ଜୀବନମୂଲ୍ୟର ଉଦ୍ଗାତା ହେଉ। ଭାରତୀୟତାର ମଙ୍ଗଳମନ୍ତ୍ରକୁ ପ୍ରସାରିତ କରୁ। ରାଷ୍ଟ୍ରକବି ମୈଥିଳୀ ଶରଣ ଗୁପ୍ତଙ୍କ କବିତା - 'ଭଗବାନ ଭାରତବର୍ଷ ମେ ଗୁଂଜେ ହମାରୀ ଭାରତୀ ...' ପରି ସେ ମଧ୍ୟ ମନେ ରଖୁ -

ମନର ଉଚ୍ଚାଟ ପାଇଁ ଲେଖା
ଲେଖିବା ନୁହେଁ କବି କର୍ମ।
ସମାଜ ସୁଧାର ଚିନ୍ତା
ହେଉ ତା ଲେଖାର ଧର୍ମ।।

ଅଶ୍ଳୀଳ ଭାବ ଦ୍ୱାରା
ଶୀଳ ଭଙ୍ଗ ହୁଏ।
କାମୁକତା ବଢ଼ାଇବା
କବି କର୍ମ ନୁହେଁ।।

ପ୍ରକୃତ ସାହିତ୍ୟିକ ନିଜ ସମାଜର ବିନାଶଲୀଳା ଓ ଦୁର୍ଦ୍ଦଶା ଦେଖି ସ୍ଥିର ରହି ପାରେ ନାହିଁ। ଯେଉଁ ଲୋକ ଦେଶର ଦୁର୍ଦ୍ଦଶାର କାରଣ ହୋଇଥାନ୍ତି ତାଙ୍କର ନିନ୍ଦା ଯେଉଁ ସାହିତ୍ୟିକ କରେ ନାହିଁ ସେ ଭୟଙ୍କର ପାପ କରିଥାଏ। ଏପରି ମୌନ ବସିଥିବା ସାହିତ୍ୟିକ ଭୀଷ୍ମଙ୍କ ଭଳି ଅଟନ୍ତି, ଯିଏ କୌରବଙ୍କ ରାଜସଭାରେ ଦ୍ରୌପଦୀଙ୍କ ଭୟଙ୍କର ଅପମାନ ହେଉଥିବା ଦେଖି ମଧ୍ୟ ମୌନତା ଧାରଣ କରି ବସିଥିଲେ।

ଜାତି ଉତ୍ଥାନର କଥା
କାହିଁ କେ କବି କହୁଛି ?
ବୀର ରସ, ବୀର ଗାଥା
କା ମନେ ସ୍ଫୁରୁଛି??

"କ୍ୟା ରାସ ରଚନା ୟାଦ ରହା
କିଉଁ ଚକ୍ର ଚଲାନା ଭୁଲ ଗୟେ...."

ହେ କବିଗଣ ! ଏବେ ଉଠ, ଜାଗ୍ରତ ହୁଅ। କବି କର୍ମର ରକ୍ଷା କରି ବ୍ୟକ୍ତି ମଧ୍ୟରେ ରାଷ୍ଟ୍ର ଚେତନାର ଉଦ୍ଗିରଣ କରାଅ। ନୀଚ, ଘୃଣ୍ୟ, ହୀନ ମାନସିକତାର ବଶବର୍ତ୍ତୀ ନ ହୋଇ ଜାଗତିକ ବିଶ୍ୱକଲ୍ୟାଣକାରୀ ଉଚ୍ଚ ମନସ୍କ ହୁଅ।

କ୍ରମଶଃ....

୧୭. ୪. ୧୮

No comments: