ଯେଉଁ ସାହିତ୍ୟ ସାର୍ବଜନୀନ ହିତର ସୃଜନ କରୁଥିବ, ତାହାର ସାମର୍ଥ୍ୟର କଳ୍ପନା କରିବା ମାତ୍ରେ ହିଁ ପ୍ରତିଟି ଲୋମକୁପ ପୁଲକିତ ହୋଇଯାଏ ଓ ହୃଦୟ ଆହ୍ଲାଦିତ ହୋଇଯାଏ ଓ ବେନି ନେତ୍ରରୁ ପ୍ରେମାଶ୍ରୁ ପ୍ରବାହିତ ହୋଇଥାଏ। ଯାହା ଭିତରେ ଆଜି ବି ହିନ୍ଦୁତ୍ୱ ବଞ୍ଚିଛି, ଯାହାର ହୃଦୟ ଭୟଙ୍କର ବିଧର୍ମୀଙ୍କ ସହ ଦୀର୍ଘ କାଳଧରି ଯୁଦ୍ଧକରି ଘୋର ଅନ୍ୟାୟ ଅନାଚରରେ ମୃତ୍ୟୁକୁ ପ୍ରାପ୍ତ ନ ହୋଇ ବିଜୟପ୍ରାପ୍ତି ହେବାରେ ଅଭ୍ୟସ୍ତ, ତାଙ୍କୁ ଯଦି କେହି "ବେଦ" - ଏଇ ଦୁଇଟି ଅକ୍ଷର ଶୁଣାଇ ଦିଏ ତେବେ ତାଙ୍କ ଭିତରେ ଏକ ବିଚିତ୍ର ଭାବନା ଉଙ୍କି ଉଠେ, ଏକ ବିଲକ୍ଷଣ ପ୍ରକାରର ମାନସିକ ବିକାଶ ତଥା ଉତ୍ସାହ, ଅନ୍ୟତ୍ର ଦୁର୍ଲ୍ଲଭ ଆତ୍ମୋଲ୍ଲାସ ଜାଗିଉଠେ। ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ଯେ ପ୍ରତିଟି ହିନ୍ଦୁର ଜୀବନ ବେଦ ସହିତ କିଛି ନା କିଛି ଉପାୟରେ ଜଡ଼ିତ।
ବେଦରେ କେବଳ ସାହିତ୍ୟ ନୁହେଁ, ସବୁ ବିଦ୍ୟାର ମୂଳ ମିଳିଯାଏ। ଧନୁର୍ବିଦ୍ୟା ଓ ବୈଦ୍ୟ ବିଦ୍ୟାକୁ ତ ଧନୁର୍ବେଦ ଓ ଆୟୁର୍ବେଦ ବୋଲି କୁହାଯାଏ। ଜୌତିଷକୁ ଆମେ ବେଦର ଅଙ୍ଗରୂପେ ମନେ ପକାନ୍ତି।
ଏହିପରି ସବୁ ବିଷୟର କର୍ମସ୍ଥଳ ମଧ୍ୟ ଆମକୁ ବେଦରୁ ମିଳିଯାଏ। ସାହିତ୍ୟ ଅଥବା କାବ୍ୟ ମଧ୍ୟ ଆମର ସମାଧାନ ପାଇଁ ବେଦ ଆଡ଼କୁ ଯିବାର ସଙ୍କେତ ଦେଇଥାନ୍ତି।
ଏହା ଈଶ୍ୱରଙ୍କର ପ୍ରତ୍ୟକ୍ଷ କୃପା ଅଟେ ଯେ ଆମର ବୈଦିକ ସାହିତ୍ୟର ଆରମ୍ଭ "ଓମ" ଶବ୍ଦରୁ ହୋଇଥାଏ।
"ଓଁ ଅଗ୍ନିମୀଲେ ପୁରୋହିତଂ......"
ଆମେ ଭାଗ୍ୟବାନ, କାରଣ ଆମକୁ ଋଗ୍ ବେଦ ମାଧ୍ୟମରେ ସର୍ବପ୍ରଥମ ପଦ୍ୟାତ୍ମକ ରୂପ (ପଦ୍ୟାତ୍ମକ ମନ୍ତ୍ର) ପ୍ରାପ୍ତ ହୋଇଛି। ଏକମାତ୍ର ଋଗ୍ ବେଦ ହିଁ ଜ୍ଞାନ ପ୍ରାପ୍ତିର ମୂଳ ସାଧନ ଅଟେ। ଋଗ୍ ବେଦକାଳୀନ ପୂର୍ବଜଙ୍କ ଅସ୍ତିତ୍ୱ ଓ ପାଣ୍ଡିତ୍ୟ ପ୍ରାଚୀନରୁ ପ୍ରାଚୀନତମ ଅଟେ।
ଶ୍ରୁତି ଯାହାର ଅର୍ଥ ବେଦ ଓ ଆପ୍ତ ବାକ୍ୟ ଅଟେ, ସ୍ମୃତି ଅର୍ଥାତ 'ମନୁସ୍ମୃତି' ଯାହାକୁ ଧର୍ମ ଓ ନୀତି ସମ୍ବନ୍ଧରେ ସବୁଠୁ ପ୍ରାଚୀନତମ ଗ୍ରନ୍ଥ ବୋଲି କୁହାଯାଏ, ଭାରତବର୍ଷରେ ଏଇ ଦୁଇଟି ଗ୍ରନ୍ଥ ବେଦ ଓ ସ୍ମୃତି ସର୍ବମାନ୍ୟ ।
କ୍ରମଶଃ....
୬. ୪. ୧୮

No comments:
Post a Comment