Friday, 13 April 2018

*ଆଉ କେଉଁ ଶକ୍ତି ?*

ବିଶ୍ୱର ଚିନ୍ତକ ମାନଙ୍କୁ ଏହି ପ୍ରଶ୍ନ ସବୁବେଳେ ଉଦବେଳିତ କରିଥାଏ ଯେ ପରମେଶ୍ବରଙ୍କ ଛଡ଼ା ସଂସାରକୁ ନିର୍ମାଣ କରିବାର ଶକ୍ତି  ଆଉ କାହା ପାଖରେ ଅଛି ? ଦେଶ ବିଦେଶର ବିଷମ ପରିସ୍ଥିତି ଓ ସମସ୍ୟାର ସମାଧାନ ପାଇଁ କେଉଁ ଶକ୍ତି ସବୁଠୁ ସକ୍ଷମ ? ସାମ୍ପ୍ରତିକ ସମସ୍ୟାର ସମାଧାନ କରିବାର ଶକ୍ତି କାହା ହାତରେ ଅଛି ?

କିଛି ଲୋକ କୁହନ୍ତି ଏହି ଶକ୍ତି ଆଜିର ରାଜନୈତିକ ନେତୃବର୍ଗ ଓ ପ୍ରଶାସକମାନଙ୍କ ହାତରେ ଅଛି। କିନ୍ତୁ ଟିକେ ଗଭୀରଭାବେ ବିଚାର କଲେ ଆମକୁ ଜଣାପଡ଼ିବ ଯେ ଏମାନଙ୍କ ହାତରେ ସେହି ଶକ୍ତି ନାହିଁ। ବସ୍ତୁତଃ ସଂସାର ନିର୍ମାଣରେ ତିନୋଟି ଶକ୍ତିର ଭୂମିକା ସର୍ବାଧିକ।

୧. ବିଜ୍ଞାନ
୨. ଆତ୍ମଜ୍ଞାନ
୩. ସାହିତ୍ୟ

ବିଜ୍ଞାନ : -

ବୈଜ୍ଞାନିକ ସଂସାରକୁ ନୂତନ ରୂପ ପ୍ରଦାନ କରିଥାଏ। ଆଜି ଆମ ସମ୍ମୁଖରେ ଯେଉଁ ଆକାଶବାଣୀ, ଦୂରଦର୍ଶନ, ଚିକିତ୍ସା ପାଇଁ ଉପଲବ୍ଧ ଅତ୍ୟାଧୁନିକ ଯନ୍ତ୍ରପାତି, ଧ୍ଵନି ବର୍ଦ୍ଧକ ଯନ୍ତ୍ର, ସମସ୍ତଙ୍କ ହାତରେ ଚଳଭାଷ ଯନ୍ତ୍ର - ଏ ସବୁ ବିଜ୍ଞାନର ଦାନ।

ଆତ୍ମଜ୍ଞାନ : -

ଦୁନିଆକୁ ବଦଳାଇ ଦେବାର ଦ୍ଵିତୀୟ ଶକ୍ତି ହେଉଛି ଆତ୍ମଜ୍ଞାନ। ପୃଥିବୀର ଯେଉଁ ଯେଉଁ କ୍ଷେତ୍ରରେ ଆତ୍ମଜ୍ଞାନୀ ଲୋକ ଜନ୍ମଗ୍ରହଣ କଲେ, ସେ କ୍ଷେତ୍ରରେ ମାନବ ଜୀବନର ସ୍ୱରୂପ, ଆଶା, ଆକାଂକ୍ଷା ବଦଳାଇବାରେ ସେମାନେ ସମର୍ଥ ହେଇଛନ୍ତି। ଜନକ, ଯାଜ୍ଞବଳ୍କ ଜନ୍ମ ହେଲେ, ଭଗବାନ ବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ ଜନ୍ମ ହେଲେ, କବୀର, ନାମଦେଵ, ତୁଳସୀ, ସମର୍ଥ ରାମଦାସ, ତୁକାରାମ, ରାମକୃଷ୍ଣ ପରମହଂସ, ଦୟାନନ୍ଦ, ବିବେକାନନ୍ଦ, ଅରବିନ୍ଦ, ତିଳକ ଓ ଗାନ୍ଧୀ ଜନ୍ମ ହେଲେ। ସେଇ ସମସ୍ତଙ୍କ ଆଗମନ ଦ୍ୱାରା ସମକାଳୀନ ଲୋକମାନଙ୍କ ଜୀବନର  ସ୍ୱରୂପ ବଦଳି ଗଲା। ଘୋର ନିରାଶା ଭିତରେ ସେମାନଙ୍କ ମନରେ ଆଶାର ସଞ୍ଚାର ହେଲା।

କ୍ରମଶଃ...

୧୩. ୪. ୧୮

No comments: