ଏବେ ଧରିତ୍ରୀକୁ ମାଆ ରୂପେ ସ୍ୱୀକାର ନ କରିବାର ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଏ ସବୁ ଅଳ୍ପ ଜ୍ଞାନ କାରଣରୁ ହେଉଛି। ବେଦରେ ଏହା ସମ୍ବନ୍ଧରେ ଏକ ସୂକ୍ତ ଅଛି। ଯାହାକୁ ଋଗ୍ ବେଦରୁ ନିଆ ଯାଇଛି। ଏଇ ସୂକ୍ତରେ ଋଷି - ସଙ୍କସୁକୋ ଯାମାୟାନଃ, ଦେବତା - ମୃତ୍ୟୁ, ଧାତାଃ, ତ୍ୱଷ୍ଟା, ପିତୃମେଧଃ, ପ୍ରଜାପତିର୍ବା, ଛନ୍ଦ - ତ୍ରିଷ୍ଟୁପଃ ପଙ୍କ୍ତି ଜଗତି, ଅନୁଷ୍ଟପ।
ଉପସର୍ଵମାତରମ ଭୂମିମେତାମୁରୁବ୍ୟଚସଂ ପୃଥିବୀଂ
ସୁଶୋବାମ୍ ।
ଉଣମ୍ରଦା ଯୁବତିର୍ଦକ୍ଷିଣାବତ୍ ଏଷାତ୍ବାପାତୁ ନିଋତେରୁପସ୍ଥାତ୍ ।।
ଅର୍ଥାତ୍ - ହେ ମୃତକ ! ଏ ପୃଥିବୀ ତୁମ ପାଇଁ ମାଆ ପରି। ଏଣୁ ତୁମେ ଏପରି ସୁଖ ଦେଉଥିବା, ମହିମାମୟୀ ପୃଥିବୀର କୋଳରେ ଜନ୍ମଗ୍ରହଣ କର। ଏହା ତୁମପାଇଁ କୋମଳ ଶଯ୍ୟାଦାୟୀ ହେଉ। ତୁମେ ଯେଉଁ ଯଜ୍ଞ ଆଦି ଉତ୍ତମ କର୍ମ କରିଛ, ତାହାର ଫଳ ସ୍ୱରୂପ ଏଇ ପୃଥିବୀ ତୁମକୁ ସବୁ ବାଧା ବିପତ୍ତିରୁ ରକ୍ଷା କରନ୍ତୁ।
ଉଛ ବଂଚସ୍ୱ ପୃଥିବୀ ମା ନି ବାଧଥାଃ ସୁପାୟନାସେ ଭଵ ସୁପବଂଚନା।
ମାତା ପୁତ୍ରଂ ଯଥା ସିଚା ଅମ୍ୟନଂ ଭୂମ ଉର୍ଣୁହି।।
ଅର୍ଥାତ୍ ହେ ପୃଥିବୀ ! ମୃତକକୁ ସବୁ ସନ୍ତାପରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କର। ତାଙ୍କୁ ପୀଡ଼ା ଦିଅ ନାହିଁ। ତାଙ୍କ ପାଇଁ ସୁବ୍ୟବସ୍ଥା କର। ଯେପରି ମାଆ ପୁଅକୁ କାନିରେ ଢାଙ୍କି ଦିଏ, ସେପରି ପୃଥିବୀ ଏହି ଅସ୍ଥି ରୂପ ମୃତକକୁ ନିଜ ତେଜ ଦ୍ଵାରା ଆଚ୍ଛାଦିତ କରନ୍ତୁ।
ଏପରି ସୁନ୍ଦର ପରିକଳ୍ପନା ପୃଥିବୀ ପ୍ରତି ନିଜ ଭୂମି ପ୍ରତି କରାଯାଇଛି। ଯେବେ ସଂସାରର ସବୁ ବନ୍ଧନ ଭାଙ୍ଗି ଯାଏ ଯେତେବେଳେ ମୃତ୍ୟୁ ପ୍ରାପ୍ତ ହୁଏ ସେତେବେଳେ ଏଇ ଶରୀର ମାଆ ପରି ପୃଥିବୀର କୋଳରେ ବିଶ୍ରାମ ପ୍ରାପ୍ତ କରେ।
ଏହିପରି ଜ୍ଞାନର ଭଣ୍ଡାର ହେଉଛି ବେଦ।
ଜୟ ବେଦ।
ଜୟ ମାତୃଭୂମି।।
୧୨. ୪. ୨୦୧୮

No comments:
Post a Comment