Saturday, 7 April 2018

*ଅପୌରୁଷେୟର ପୌରୁଷତ୍ୱ-୨*

ବେଦରୁ କେବଳ ସଂହିତାର ଜ୍ଞାନ ହୁଏ ନାହିଁ ବରଂ ଅତି ଉପକାରୀ ଓ ଆବଶ୍ୟକ ବ୍ରାହ୍ମଣ ଗ୍ରନ୍ଥର ମଧ୍ୟ ବୋଧ ହୋଇଥାଏ। ଯାହା ଭିତରେ ଆରଣ୍ୟକ ଓ ଉପନିଷଦ ମଧ୍ୟ ସମ୍ମିଳିତ। ଋଗ୍ ବେଦର ଗୋଟିଏ ସୂକ୍ତରେ-

ଋଷି - ବୃହସ୍ପତିରାଙ୍ଗିରସ, ଦେବତା - ଜ୍ଞାନମ, ଛନ୍ଦ - ତ୍ରିଷ୍ଟୁପ, ଜଗତି।

ସେଇ ଶ୍ଳୋକଟି ହେଲା -
ବୃହସ୍ପତେ ପ୍ରଥମଂ ବାଚୋ ଅଗ୍ରଂ ଯତ୍ ନାମ ଧ୍ୟେୟଂ ଦଧାନାଃ।
ୟାଦେଶା ଶ୍ରେଷ୍ଠ ୟଦରିପ୍ରମାସୀତ୍ ପ୍ରେଣାଃ ତଦେଶାଂ
ନିହିତଂ ଗୁହାବିଃ।।
ସକ୍ତୁମିବ ତିତଉନା ପୁନନ୍ତୋ ଯତ୍ର ଧୀରା ମନସା ବାଚମକ୍ରତ।
ଅତ୍ରା ସଖାୟଃ ସଖ୍ୟାନି ଜାନତେ ଭଦୈଶାଂ ଲକ୍ଷ୍ମୀର୍ଣ୍ଣିହିତାଧିବାଚି ।।

ଅର୍ଥାତ୍ - "ହେ ବୃହସ୍ପତି, ଯେତେବେଳେ ଭିନ୍ନ ଭିନ୍ନ ପଦାର୍ଥର ନାମକରଣ ପାଇଁ ମନୁଷ୍ୟ ପ୍ରଥମେ ପ୍ରଥମେ ଚେଷ୍ଟା କଲା ଅଥବା ଶବ୍ଦର ଉଚ୍ଚାରଣ କରିବା ଆରମ୍ଭ କଲା, ସେତେବେଳେ ସବୁ ପଦାର୍ଥ ନିର୍ଦୋଷ, ନିଷ୍ପାପ ଓ ମହାନ୍ ଦେଖା ଯାଉଥିଲେ। ପ୍ରେମର ସାହାରାରେ ଏହାର  ବିକାଶ ହେଲା ଓ ଏହା ସୁରକ୍ଷିତ ରହି ପାରିଲା।"

ଏଠାରେ ପ୍ରେମ ଓ କଲ୍ୟାଣର ଭାବନା ଦ୍ୱାରା ଏହାର ବିକାଶ ହେଲା ଓ ସୁରକ୍ଷିତ ହେଲା। ଏହିପରି ଶବ୍ଦ ସୃଷ୍ଟି ହେଲା ଓ ଭାଷାର ନିର୍ମାଣ ହେଲା। ଏଥିରେ ମଧ୍ୟ ପ୍ରେମର ଚିହ୍ନ ବିଦ୍ୟମାନ।

ଅନ୍ୟ ଏକ ଶ୍ଳୋକରେ ଅଛି
ଯଗ୍ୟେନ ବାଚଃ ପଦବୀୟମାୟନ୍ ତାମନ୍ବବିନ୍ଦ ନ୍ନରୁଶିଶୁ ପ୍ରବିଷ୍ଟାମ୍।
ତାମାଭୃତ୍ୟା ବ୍ୟଦଧୁଃ ପୁରୁତ୍ରା ତାଂ ସପ୍ତ ରେଭା ଅଭି ସଂ ନବନ୍ତେ।।

ଅର୍ଥାତ୍ "ଋଷିଗଣ ଯଜ୍ଞ ସହିତ ଉଚ୍ଚାରଣ ସୂତ୍ରର ଅନସନ୍ଧାନ କଲେ। ଅର୍ଥ ସହିତ ଜ୍ଞାନ ମଧ୍ୟ ସେମାନେ ନିଜ ଆତ୍ମାରୁ ପାଇଲେ। ଏଇ ବାଣୀ ସମସ୍ତ ମନୁଷ୍ୟଙ୍କୁ ଶିଖାଇଲେ। ଏଇ ବାଣୀକୁ ଯୋଗ କରି ସପ୍ତ ଛନ୍ଦ ସ୍ତୁତି କରିବାକୁ ସମର୍ଥ ହେଲେ। ସେମାନେ ବାଣୀ ଓ ଅର୍ଥକୁ ସର୍ବତ୍ର ସବୁ ଦିଗରେ ପ୍ରକଟ କଲେ।"

ସ୍ମୃତି କହେ ସଂସାର ଆମର ଏଇ ବେଦଜ୍ଞ ପୂବଜଙ୍କ ଋଣୀ ଅଟେ, ଯେଉଁମାନେ ସମସ୍ତ ବିଷୟର ଜ୍ଞାନ ଏଇ ଜଗତରେ ବିସ୍ତାରିତ କରିଛନ୍ତି।

କ୍ରମଶଃ...

୭. ୪. ୧୮

No comments: