ଅହିଂସକ ସତ୍ୟାଗ୍ରହୀ ଓ ସଶସ୍ତ୍ର କ୍ରାନ୍ତିକାରୀ ଉଭୟେ ଆନନ୍ଦମଠରୁ ପ୍ରେରଣା ପାଉଥିଲେ। ସେତେବେଳେ କ୍ରାନ୍ତିକାରୀମାନଙ୍କର ଗୋଟିଏ ହାତରେ ଗୀତା ଓ ଅନ୍ୟ ହାତରେ ଆନନ୍ଦମଠ ରହୁଥିଲା। ପୂରା ଉପନ୍ୟାସରେ ଦୁଇଟି ବଡ଼ ଯୁଦ୍ଧର ଵର୍ଣ୍ଣନ ହୋଇଛି। ଔପନ୍ୟାସିକ କୌଣସି ସ୍ଥାନରେ ମୁସଲମାନ ମତ ଉପରେ ଆକ୍ରମଣ କରି ନାହାନ୍ତି। ବାଦ୍ଶାହା, ବେଗମ, ଶାହଜାଦ ଓ ଶାହଜାଦୀମାନଙ୍କୁ କେନ୍ଦ୍ରିତ କରି ବଙ୍କିମଚନ୍ଦ୍ର ଯେଉଁ ଉପନ୍ୟାସ ଲେଖିଲେ ସେଥିରେ ମୁସଲମାନ ମତର କିଛି ସମ୍ବନ୍ଧ ନାହିଁ। ମୁସଲମାନମାନଙ୍କ ଉପରେ ଆକ୍ରମଣ ତାଙ୍କର ଉଦ୍ଦେଶ୍ୟ ନଥିଲା। ମୁସଲମାନ ଯୁଗର ଅରାଜକତାର ଚିତ୍ର ଅଙ୍କିତ କରି ବର୍ତ୍ତମାନ ଯୁଗର ରାଜନୈତିକ ସମସ୍ୟାର ସମାଧାନ ସେ ଖୋଜିଛନ୍ତି। ଏଥିରେ ପ୍ରଥମ ଯୁଦ୍ଧରେ ଫୌଜଦାରୀ, ବାଦଶାହୀ, ଇଂରେଜୀ, ଦେଶୀ, ବିଲାତି କାଳୀ, ଗୋରୀ ସେନା ନିହତ ହୋଇ ଧରାଶାୟୀ ହୋଇଛନ୍ତି। ଦେଶୀ ତୋପ ଦ୍ୱାରା ଇଂରେଜମାନଙ୍କ ନିଧନ ଓ ସବୁ ଇଂରେଜ ସେନାର ସଂହାର ହୋଇଛି। ଦ୍ଵିତୀୟ ଯୁଦ୍ଧର ଶେଷରେ ସନ୍ତାନ ଦଳଙ୍କ ହାତରେ ପୂରା ଇଂରେଜ ସେନା ସଂହାର ହୋଇଛି।
ମହାକବି ରବୀନ୍ଦ୍ରନାଥଙ୍କ 'ସାଧନା' ରେ ବଙ୍କିମଚନ୍ଦ୍ରଙ୍କ ଉପରେ ଲେଖାଯାଇଥିବା କିଛି ଅଂଶ ଉଲ୍ଲେଖଯୋଗ୍ୟ -
"ସେ ଏଇ ଅଭାଗା ଦରିଦ୍ର ଦେଶକୁ ଏକ ଅମୂଲ୍ୟ ସମ୍ପଦ ଦେଇଛନ୍ତି ଯାହା କେବେ ବି ନଷ୍ଟ ହେବ ନାହିଁ। ସେ ସ୍ଥାୟୀ ରାଷ୍ଟ୍ରୀୟ ଉନ୍ନତିର ଏକମାତ୍ର ମୂଳ ଉପାୟ ସ୍ଥାପିତ କରିଯାଇଛନ୍ତି। ସେ ଆମମାନଙ୍କ ପାଇଁ ପ୍ରକୃତ ଅର୍ଥରେ ଶୋକ ଭିତରେ ସାନ୍ତ୍ୱନା, ଅବନତି ଭିତରେ ଆଶା, ଅଶାନ୍ତି ଭିତରେ ଉତ୍ସାହ, ଦାରିଦ୍ର୍ୟର ଶୁନ୍ୟତା ଭିତରେ ଚିର ସୌନ୍ଦର୍ଯ୍ୟର ଅକ୍ଷୟ ସାଗର ଉଦ୍ଘାଟିତ କରିଦେଇଛନ୍ତି.... ସେ ଭଗୀରଥ ଭଳି ସାଧନା କରି ଆମର ପ୍ରାଚୀନ ଭସ୍ମ ରାଶିରେ ଜୀବନ ଫୁଙ୍କି ଦେଇଛନ୍ତି। ଏହା କେବଳ ସାମୟିକ ମତ ନୁହେଁ, ଏଇ କଥା କୌଣସି ତର୍କ ବା ରୁଚି ଉପରେ ନିର୍ଭର ନୁହେଁ, ଏହା ଏକ ଐତିହାସିକ ସତ୍ୟ ଅଟେ। "
୧୯୪୮ରେ ଲୋକସଭାରେ ପଣ୍ଡିତ ନେହେରୁ କହିଥିଲେ - "ବନ୍ଦେ ମାତରମ ସ୍ପଷ୍ଟ ଭାବରେ ନିର୍ବିବାଦ ଭାବରେ ଭାରତର ପ୍ରମୁଖ ରାଷ୍ଟ୍ରୀୟ ସଙ୍ଗୀତ ଓ ମହାନ ଐତିହାସିକ ପରମ୍ପରା ଅଟେ। ଆମ ସ୍ୱାଧୀନତା ଆନ୍ଦୋଳନ ସହିତ ଏହାର ନିକଟତମ ସମ୍ବନ୍ଧ ରହିଛି। ଏହାର ସ୍ଥାନ ସର୍ବଦା ସ୍ଥିର ରହିବ ଏବଂ ଅନ୍ୟ କୌଣସି ସଙ୍ଗୀତ ଏହାକୁ ବିସ୍ଥାପିତ କରିପାରିବ ନାହିଁ।"
ପ୍ରସିଦ୍ଧ ବଙ୍ଗ ସମାଲୋଚକ ପ୍ରମଥନାଥ ବିଶୀଙ୍କ ଅନୁସାରେ -
"ଏହା ବୁଝିବା ଭୁଲ ହେବ ଯେ ବନ୍ଦେ ମାତରମ୍ ର ସବୁ ସମ୍ଭାବନା ସମାପ୍ତ ହୋଇଯାଇଛି। ଆପଣ କୌଣସି ଅଗ୍ନି ସ୍ପୁଲିଙ୍ଗ ପ୍ରତି ଠିକ ସେହି ପ୍ରକାର ଆସ୍ୱସ୍ତି ହୋଇ ପାରିବେ ନାହିଁ ଯେପରି କୌଣସି ଲାଭା ସମ୍ବନ୍ଧରେ ନିଶ୍ଚିତ ହୋଇ ହୁଏ ନାହିଁ। ବସ୍ତୁତଃ ଏଇ ସ୍ପୁଲିଙ୍ଗରେ ଅଗ୍ନି ତିଆରି କରିବାର ଅଦ୍ଭୁତ କ୍ଷମତା ରହିଛି।"
୫. ୪. ୧୮

No comments:
Post a Comment