Sunday, 1 April 2018

*ଆନନ୍ଦମଠ-୭*

ସେତେବେଳେ ଗହନ ଅରଣ୍ୟରେ ଶହ ଶହ କଣ୍ଠରୁ ଗୁଞ୍ଜରିତ ହେଲା - ହରେ ମୁରାରେ ମଧୁକୈଟଭାରେ। ସହସ୍ର ଅସ୍ତ୍ରର ଟଙ୍କାର ଗର୍ଜି ଉଠିଲା। ସହସ୍ର ଭାଲା ଧରି ସୈନିକମାନେ ଛିଡ଼ା ହୋଇଗଲେ। ସହସ୍ର ବାହୁର ଆଘାତରେ ଚତୁର୍ଦିଗ ନିନାଦିତ ହେଲା। ଯୋଦ୍ଧା ମାନଙ୍କର କଠୋର କବଚ ଓ ଢାଲର ବଜ୍ରାଘାତ ସବୁ ବିକଟାଳ ଶବ୍ଦ କରିବାକୁ ଲାଗିଲେ। ସେହି ସମୟରେ ଶହ ଶହ ରଣଭେରୀ ଏକାଥରେ ବାଜି ଉଠିଲା। ସନ୍ତାନମାନଙ୍କର ସେହି ଦଳ ଧାଡ଼ି ଧାଡ଼ି କରି ଛିଡ଼ା ହୋଇ ଏକ ସ୍ୱରରେ ଗାଇଲେ -
'ହରେ ମୁରାରେ ମଧୁକୈଟଭାରେ' ଏବଂ ଆଗେଇ ଚାଲିଲେ।

ଦ୍ଵିତୀୟ ଖଣ୍ଡର ପରିଚ୍ଛେଦ ୩ରେ ସତ୍ୟାନନ୍ଦ ଜୀବାନନ୍ଦକୁ କହିଲେ, ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀଙ୍କ ଚରଣ ସ୍ପର୍ଶ କରି ଆମେ ଯେଉଁ ସଂକଳ୍ପ ନେଇଥିଲେ ତାକୁ ଅବଶ୍ୟ ପୂରଣ କରିବା ।

ପରିଚ୍ଛେଦ ୪ରେ ସତ୍ୟାନନ୍ଦ ମହେନ୍ଦ୍ରକୁ ବୁଝାଉଛନ୍ତି ଯେ ଈଶ୍ୱର ତ୍ରିଗୁଣାତ୍ମକ ଅଟନ୍ତି। ସତ୍ୱ, ରଜ ଓ ତମ ଏହି ତିନି ଗୁଣର ଅଲଗା ଅଲଗା ଉପାସନା କରାଯାଏ। ସତ୍ୱ ଗୁଣରେ ତାଙ୍କର ଦୟା, ଦକ୍ଷିଣା ଆଦିର ଉତ୍ପତ୍ତି ହୋଇଛି। ତାହାର ଉପାସନା ଭକ୍ତି ଭାବରେ କରାଯାଏ। ରଜୋଗୁଣରେ ତାଙ୍କର ଶକ୍ତି ଉତ୍ପନ୍ନ ହୋଇଛି ଯାହାର ଉପାସନା ଯୁଦ୍ଧଦ୍ୱାରା ତଥା ଈଶ୍ୱର ବିଦ୍ୱେଷୀଙ୍କ ଅନ୍ତ ପାଇଁ କରାଯାଏ। ଆମେ ସବୁ ଏପରି ଉପାସନା କରୁ।

ତମୋଗୁଣ ଦ୍ୱାରା ଈଶ୍ୱର ସ୍ୱରୂପ ପ୍ରାପ୍ତ ହୁଅନ୍ତି । ଏବଂ ନିଜ ଇଚ୍ଛା ଅନୁସାରେ ଚତୁର୍ଭୁଜ ଆଦି ରୂପ ଧାରଣ କରନ୍ତି। ମାଳା ଚନ୍ଦନ ଆଦି ଉପହାର ଦ୍ୱାରା ସେହି ଗୁଣର ପୂଜା କରାଯାଏ। ସାଧାରଣ ଲୋକ ଏପରି କରିଥାନ୍ତି।

ତୃତୀୟ ଖଣ୍ଡର ପରିଚ୍ଛେଦ ୩ରେ ଶାନ୍ତି ମଧ୍ୟ 'ହରେ ମୁରାରେ', 'ହରେ ମୁରାରେ' ଗାଉଅଛି ଓ ତା ପରେ ବନ୍ଦେ ମାତରମ ମଧ୍ୟ ଗାଇଛି।
ପରିଚ୍ଛେଦ ୭ ରେ ଶାନ୍ତି ଗାଉଛି -

ପ୍ରଳୟ ପୟୋଧି ଜଳେ ଧୃତ ବାନସି ବେଦମ୍
ବିହିତ ବହିତ୍ର ଚରିତ୍ରଂଖେଦମ୍
କେଶବ ଧୃତ ମୀନ ଶରୀର
ଜୟ ଜଗଦୀଶ ହରେ !...

ପରିଚ୍ଛେଦ ୮ ରେ ସତ୍ୟାନନ୍ଦ ସନ୍ତାନମାନଙ୍କୁ ସମ୍ବୋଧିତ କରୁଥିଲେ -
ଯିଏ ବହୁ ଅସୁରଙ୍କ ବିନାଶ କରିଛନ୍ତି  ତଥା ଲୋକମାନଙ୍କର ପାଳନ କର୍ତ୍ତା ଅଟନ୍ତି ସେ ତୁମ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସେ ତୁମମାନଙ୍କ  ବାହୁରେ ବଳ ଦିଅନ୍ତୁ,  ମନରେ ଭକ୍ତି ଦିଅନ୍ତୁ,  ମସ୍ତିଷ୍କରେ ବୁଦ୍ଧି ଦିଅନ୍ତୁ। ତୁମେ ସବୁ ଆଉ ଥରେ ତାଙ୍କରି ମହିମା ଗାନ କର।
ସତ୍ୟାନନ୍ଦଙ୍କର ଏପରି ଉଦବୋଧନ ଶୁଣି ସହସ୍ର କଣ୍ଠ ମିଶି ଗାଇଲେ -
ଜୟ ଜଗଦୀଶ ହରେ।

ଏହି ଭୀଷଣ ହରି ଧ୍ଵନି ଶୁଣି ସେହି ଅରଣ୍ୟ ଥରି ଉଠିଲା। ଏବେ ହତ୍ୟା କର, ଏବେ ହତ୍ୟାକର କେଉଁଠି ଅଛି ସିଏ ତାକୁ ଆମକୁ ଦେଖାଇ ଦିଅ। ମାର ! ମାର ! ଶତ୍ରୁକୁ ମାର !
ଏହି ପ୍ରକାର ଶବ୍ଦର ପ୍ରତିଧ୍ୱନି ଦୂରବର୍ତ୍ତୀ ପାହାଡ଼ରେ ଧକ୍କା ଖାଇ କମ୍ପନ ସୃଷ୍ଟି କରୁଥିଲା।

କ୍ରମଶଃ....

୧.୪.୧୮

No comments: