ଏହି ବିଷୟକୁ ନେଇ ବେଳେବେଳେ ମନୁ ସ୍ମୃତିକୁ ମଧ୍ୟ ଦୋଷ ଦିଆଯାଏ। କିନ୍ତୁ ନିମ୍ନ ଲିଖିତ ଶ୍ଳୋକକୁ ପଢ଼ିଲେ ଆମେ ଜାଣିବା ଯେ ସେ ଗାଳିର ମହତ୍ତ୍ୱ କିଛି ନାହିଁ। ବରଂ ସେଇ ଶ୍ଳୋକରେ ନାରୀର ମହତ୍ତ୍ୱ ଓ ଗରିମା ପ୍ରତିପାଦନ ହୋଇଛି।
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ।
ଯତ୍ରୋ ତାସ୍ତୁ ନ ପୂଜ୍ୟନ୍ତେ ସର୍ବାସ୍ତତ୍ରଫଳାଃ କ୍ରିୟାଃ।।
ଏଇ ଶ୍ଳୋକର କୌଣସି ସ୍ଥାନରେ କୌଣସି ଶୁଦ୍ର ନାରୀର ଚର୍ଚ୍ଚା କରାଯାଇ ନାହିଁ। ଏହା ସମସ୍ତ ନାରୀମାନଙ୍କ ପାଇଁ କୁହାଯାଇଛି। ଏକଥା ମଧ୍ୟ କୁହାଯାଇଛି ଯେ ଯେଉଁଠି ସ୍ତ୍ରୀମାନଙ୍କ ଅପମାନ ହୋଇଥାଏ ସେଠାରେ ସବୁ ଯଜ୍ଞ କର୍ମ ନିଷ୍ଫଳ ହୋଇଥାଏ। ଆଉ ଏକ ଶ୍ଳୋକରେ କୁହାଯାଇଛି ଯେ
ଶୋଚନ୍ତି ଜାମୟୋ ଯଶ ବିନ ଚତ୍ୟାସୁ ତତ୍କୁଳମ।
ନ ଶୋଚନ୍ତି ତୁ ଯତ୍ରୈତା ବର୍ଦ୍ଧତେ ତଦ୍ଵି ସର୍ବଦା।।
ଅର୍ଥାତ୍ ଯେଉଁ କୁଳରେ ଝିଅ ବୋହୁ କ୍ଳେଶ ଭୋଗନ୍ତି ସେହି କୁଳ ଶୀଘ୍ର ନଷ୍ଟ ହୋଇଯାଏ। କିନ୍ତୁ ଯେଉଁଠି ତାଙ୍କର କୌଣସି ପ୍ରକାର ଦୁଃଖ ନ ଥାଏ, ସେହି କୁଳ ସର୍ବଦା ବୃଦ୍ଧି ହୋଇଚାଲେ।
ଏଇ ଶ୍ଳୋକ ତ ସମସ୍ତ ନାରୀଙ୍କ ପାଇଁ ଲେଖା ଯାଇଛି। ଏହା କେବଳ ବ୍ରାହ୍ମଣ ଜ୍ଞାନୀ ନାରୀଙ୍କ ପାଇଁ ତ ଲେଖା ଯାଇ ନାହିଁ।
କ୍ରମଶଃ...
୧୧. ୪. ୧୮

No comments:
Post a Comment