ଜୟଶଙ୍କର ପ୍ରସାଦ ଲେଖିଛନ୍ତି ଯେତେବେଳେ ପୁରୁଷ ନାରୀ ହେବାକୁ ଚେଷ୍ଟା କରେ ତେବେ ସେ ଦେବତା ହୋଇଯାଏ କିନ୍ତୁ ନାରୀ ପୁରୁଷ ହେବାକୁ ଚେଷ୍ଟା କଲେ ସେ ରାକ୍ଷସୀ ରୂପରେ ଅବତୀର୍ଣ୍ଣ ହୁଏ। କଠୋରତାର ଉଦାହରଣ ପୁରୁଷ ହେଉଥିଲା ବେଳେ କୋମଳତାରେ ଶ୍ରେଷ୍ଠ ହେଉଛି ନାରୀ। ଏଠାରେ ଲେଖକ ନାରୀକୁ ନିଜ ସତୀତ୍ୱ, କୌମାର୍ଯ୍ୟ, ଲଜ୍ଜା ଓ ସହନଶୀଳତା ବଜାୟ ରଖିବାର ଉପଦେଶ ଦେଇଛନ୍ତି। ପୁରୁଷର ପ୍ରେରଣାଦାତ୍ରୀ ଭାବରେ ନାରୀ ବିଜୟର ଶକ୍ତି ପ୍ରାପ୍ତ କରାଏ। ଯେତେବେଳେ ପୁରୁଷ କୌଣସି ସଙ୍କଟରେ ପଡ଼ି ନିଜ ମନର ସନ୍ତୁଳନ ହରାଇବାକୁ ବସେ ସେ ବେଳରେ ସେହି ନାରୀ ହିଁ ପୁରୁଷକୁ ଦୃଢ଼ ରହିବାକୁ ପରାମର୍ଶ ଦେଇ ବିକଟ ସମସ୍ୟାରୁ ରକ୍ଷା କରିଥାଏ। ଶଙ୍କର ପ୍ରସାଦ ନାରୀକୁ ଲଜ୍ଜାର ଏକ ଚଳନ୍ତ ପ୍ରତିମୂର୍ତ୍ତି ବୋଲି ମାନିଛନ୍ତି। ତାଙ୍କ ମତରେ ଯେଉଁଦିନ ନାରୀଠାରେ ଲଜ୍ଜା ସମାପ୍ତ ହୋଇଯିବ ସେହିଦିନ ତାର ନାରୀତ୍ବ ମଧ୍ୟ ସମାପ୍ତ ଲଭିବ।
ନାରୀ ହେଉଛି କୁଟୁମ୍ବର ମୁଖ୍ୟ ଆଧାର ଏବଂ କୁଟୁମ୍ବ ବ୍ୟବସ୍ଥାର ପ୍ରମୁଖ ସମନ୍ଵୟ ରକ୍ଷାକାରିଣୀ।
ସାହିତ୍ୟ ବଦଳୁଥିବା ଦାମ୍ପତ୍ୟ ଜୀବନକୁ ନେଇ ଅନେକ ରଚନାତ୍ମକ ସୃଷ୍ଟି ସମାଜକୁ ଉପହାର ଦେଲାଣି। ଯେଉଁଥିରେ ପତି ସର୍ବସ୍ୱ ସମାଜର ବିଚ୍ୟୁତି ଘଟି ପତିପତ୍ନୀ ଉଭୟଙ୍କ ଆର୍ଥିକ ସହଯୋଗୀତାର ସାମାଜ ସୃଷ୍ଟି କରିଛି। ଆଜି ନାରୀ କେବଳ ଗୃହିଣୀ ସାଜି ପରଦା ଆଢୁ ଆଳରେ ନ ରହି ନିଜେ କର୍ମ କ୍ଷେତ୍ରକୁ ଓଲ୍ହାଇ ପଡ଼ି ପାରିବାରିକ ଅର୍ଥ ବ୍ୟବସ୍ଥାର ଉନ୍ନତି ପାଇଁ ସହଯୋଗୀଭାବେ ଆଗକୁ ଆସି କି ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଛି ଯାହା ଯଥେଷ୍ଟ ଭାବରେ ନାରୀର ମୂଲ୍ୟକୁ ଉଚ୍ଚ କରିଦେଇଛି। ବର୍ତ୍ତମାନ ଏହି ସମାଜ ଚଳଣୀକୁ ନେଇ ସାହିତ୍ୟିକମାନେ ମଧ୍ୟ ତାଙ୍କ ରଚନାରେ ନାରୀ ପୁରୁଷ ଭିତରେ ଥିବା ସାମାଜିକ ଅସମାନତାକୁ ଯଥେଷ୍ଟ ଭାବେ ହ୍ରାସ କଲେଣି।
୨୪. ୬. ୧୮

No comments:
Post a Comment