ଯୌଥ ପରିବାରରେ ବିଘଟନ ହେବା ଦ୍ଵାରା ପରସ୍ପର ପ୍ରେମ, ଦୟା, ସହାନୁଭୂତି, ସହଯୋଗ ଆଦି ସମ୍ବେଦନା ମଧ୍ୟ ଲୁପ୍ତ ହୋଇଯାଉଛି। ଏହି କାରଣରୁ କବିଙ୍କର ମନ ମାଆକୁ ନ ପାଇ ବିକଳ ହୋଇ ବୋବାଉଥିବା ବାଛୁରୀ ପରି ଚିତ୍କାର କରି ଉଠି କହିଛି -
"ଯଦ୍ୟପି ତାର ଆବଶ୍ୟକତା ପାଇଁ ମୁଁ ମୋର ସବୁ କିଛି ଦେଇ ଦେବାକୁ ପ୍ରସ୍ତୁତ କିନ୍ତୁ ଭାଙ୍ଗି ଯାଇଥିବା ପରିବାର ଠିକ ଭଙ୍ଗା ଧନୁ ଭଳି ବା ଗାଈକୁ ହରାଇ ଥିବା ବାଛୁରୀ ଭଳି ମୁଁ ବିଳାପ କରିବା ଛଡ଼ା ମୋର ଆଉ କିଛି କରିବାର ନାହିଁ।"
ଭଗ୍ନପ୍ରାୟ ସଂଯୁକ୍ତ ପରିବାରର ବିଘଟନର କାରଣ ଗୁଡ଼ିକ ଭିତରୁ ଔଦ୍ୟୋଗିକରଣ ଏବଂ ସହରୀକରଣରୁ ସୃଷ୍ଟ ଆର୍ଥିକ ଚାପ ସହ ନାରୀ ଜାଗରଣ ହିଁ ମୁଖ୍ୟ। ଡା. ଅଞ୍ଜନୀ କୁମାର ଦୁବେ 'ଭାବୁକ' ଙ୍କ ଅନୁସାରେ "ଔଦ୍ୟୋଗିକରଣର ପରିଣାମରୁ କୁଟୀର ଉଦ୍ୟୋଗ ସବୁ ଭାଙ୍ଗିଗଲା। ଯାହା ଅଧିକାଂଶ ଯୌଥ ପରିବାରର ଆର୍ଥିକ ସଂରଚନାର ଆଧାର ଥିଲା। କୁଟୀର ଉଦ୍ୟୋଗରେ ଲାଗିଥିବା କୋଟି କୋଟି ଲୋକଙ୍କ ଜୀବିକା ଉପାର୍ଜନର ନୂଆ ସାଧନ ଖୋଜିବା ପାଇଁ ସହରକୁ ଆସିବାକୁ ଲୋକ ବାଧ୍ୟ ହେଲେ। ନାରୀ ଜଗରୂକତା ବୃଦ୍ଧି ପାଇଲା। ଆର୍ଥିକ ସ୍ୱାଧୀନତା ପାଇବା ପାଇଁ ନାରୀମାନଙ୍କ ଭିତରେ ପାରିବାରିକ ସ୍ତରରେ ଆନ୍ତରିକ କଳହ ବଢ଼ିଲା। ପରବର୍ତ୍ତୀ ସମୟରେ ଯୌଥ ପରିବାର ଭାଙ୍ଗିଯିବାର ଏହା ଏକ ବଡ଼ କାରଣ ହୋଇ ଠିଆ ହେଲା। ଅନେକ ମହିଳା ଆନ୍ଦୋଳନ ପାଇଁ ସ୍ତ୍ରୀମାନଙ୍କ ଭିତରେ ନବ ଚେତନାର ପ୍ରବେଶ କରାଇଲେ। ଶିକ୍ଷା ଏବଂ ଚାକିରୀରେ ସାମାନ ସହଭାଗିତା ପ୍ରାପ୍ତ କରିନେବା ପରେ ଝିଅମାନେ ଆଉ ଯୌଥ ପରିବାରକୁ ସହିବାକୁ ପ୍ରସ୍ତୁତ ହେଲେ ନାହିଁ ପୁଣି ଏମାନେ ନିଜ ବ୍ୟକ୍ତିତ୍ୱ ବିକାଶ ପାଇଁ ଆଉ କାହାର ହସ୍ତକ୍ଷେପକୁ ମଧ୍ୟ ସ୍ୱୀକାର କଲେ ନାହିଁ ।"
ବର୍ତ୍ତମାନର ସ୍ଥିତିରେ ଆଜିର ନାରୀ ସମାଜ ପରିବାରରେ ଥିବା ଆଦର୍ଶ ଓ ନୈତିକତାକୁ ଭାଙ୍ଗି ଦେବାକୁ ଚାହୁଁଛି। ଯାହା ଆମ ଯୌଥ ପରିବାରରକୁ ଦୋହଲାଇ ଦେଉଛି।
କ୍ରମଶଃ...
୨୭. ୬. ୧୮

No comments:
Post a Comment