Saturday, 30 June 2018

*ପାରିବାରିକ ବିଘଟନ...- ୬

ବ୍ୟକ୍ତିସ୍ୱାର୍ଥର ପ୍ରଭାବ ବଢ଼ିବାରୁ ସ୍ତ୍ରୀ ପୁରୁଷ ସମ୍ବନ୍ଧରେ ତିକ୍ତତା ଦେଖା ଦେଉଛି। ପାଶ୍ଚାତ୍ୟ ଜୀବନ ଚଳଣୀକୁ ଆପଣେଇ  ସ୍ୱାଧୀନତା ଏବଂ ସମାନତା ନାଁ ରେ ସ୍ତ୍ରୀ ସ୍ୱାମୀ ସହ ବିଦ୍ରୋହ କରୁଛି। ସ୍ୱାମୀକୁ ମଧ୍ୟ ଏ ସବୁ ଭଲ ଲାଗୁ ନାହିଁ। ଗୋଟିଏ ଛାତ ତଳେ ଥାଇ ମଧ୍ୟ ପତି ପତ୍ନୀର ଦାମ୍ପତ୍ୟ ଜୀବନରେ ଆସୁଥିବା ରୁକ୍ଷ କଳହକୁ ରେଖାଙ୍କିତ କରି କବି କହୁଛନ୍ତି -

"ମିଷ୍ଟର ଔର ମିସେସ ଭାନ୍
ଲନ ମେ ବୈଠେ
ଅପନେ ବିବାହ କି
ବର୍ଷ ଗାଁଠ ମନା ରହେ ଥେ।

ମିସେସ ଭାନ ନେ ମିଷ୍ଟର ଭାନ କେ ଲିଏ
ଜୂତା ଖରୀଦା ଥା
ଔର ମିଷ୍ଟର ଭାନ ନେ
ମିସେସ ଭାନ କେ ଲିଏ ଆଳୁଚା।

ମିଷ୍ଟର ଭାନ କୋ ନୟା ଜୂତା
କାଟ ରହା ଥା
ଔର ମିସେସ ଭାନ କୋ ଆଲୁଚା
ଖଟେ ଲଗ ରହେ ଥେ।

ଦୋନୋ କୋ ଏକ-ଦୂସରେ ପର
ଗୁସ୍ସା ଆ ରହା ଥା।"

ସ୍ତ୍ରୀ ପୁରୁଷଙ୍କ ପାରସ୍ପରିକ ପ୍ରେମ ଏବଂ ବିଶ୍ୱାସକୁ ଭୋଗବାଦୀ ବ୍ୟକ୍ତିସ୍ୱାର୍ଥ ଏବଂ ନାରୀ ସ୍ୱାଧୀନତାର ଚେତନା ବହୁତ କ୍ଷତି ପହଞ୍ଚାଇଛି।

କ୍ରମଶଃ...

୩୦. ୬. ୧୮

No comments: