Friday, 29 June 2018

*ପାରିବାରିକ ବିଘଟନ...- ୫*

ସମକାଳୀନ ପରିବେଶରେ ମନୁଷ୍ୟ ଚିଡ଼ ଚିଡ଼ା ହୋଇ ଯାଉଛି। ନିଜର ସ୍ୱାଭାବିକ ଇଚ୍ଛା ସବୁକୁ ପୂର୍ତ୍ତି କରିବା ପାଇଁ ମନୁଷ୍ୟ ବହୁ ମାତ୍ରାରେ ସ୍ୱାର୍ଥୀ ଓ କ୍ରୁର ହୋଇଯାଉଛି। ଅଭାବ ଅନଟନରେ ପେସି ହୋଇ ତାର ଅନ୍ତଃକରଣରେ ଥିବା ପାରିବାରିକ ଭାବନା ଦୁର୍ବଳ ହୋଇଯାଉଛି। କୁଅଁର ନାରାୟଣଙ୍କ କବିତା "ଜବ ଆଦମୀ ଆଦମୀ ନହିଁ ରହ ଜାତା" ରେ ମାନବୀୟ ସମ୍ବେଦନାର ସମାପ୍ତି ହୋଇଯାଉଥିବା ସଙ୍କଟ ବିଷୟକୁ ବ୍ୟକ୍ତ କରାଯାଇଛି।

ସାମାଜରେ ସାମାଜିକ କ୍ରୁରତା ସାଧାରଣ ଭାବରେ ମାନ୍ୟତା ପାଇବାରେ ଲାଗିଛି। ପ୍ରାକୃତିକ ଆବଶ୍ୟକତାର ପୂର୍ତ୍ତି ପାଇଁ ଯଦି ମନୁଷ୍ୟ ସ୍ୱର୍ଥୀ ଏବଂ କ୍ରୁର ବି ହୋଇଯାଏ ତେବେ କବି ସେଥିରେ କିଛି ଆଶ୍ଚର୍ଯ୍ୟ ନ ହୋଇ ବ୍ୟକ୍ତ କରୁଛନ୍ତି -

"ମାମୁଲି ତୌର ପର କ୍ରୁରତା ଭି ଆଜ
ଜିନ୍ଦା ରହନେ କେ ଲିଏ ଏକ ଜରୁରତ ବନଗୟୀ।"

ଏଥିରୁ ବୁଝିହେଉଛି ଯେ ଧ୍ୱସ୍ତ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପାରିବାରିକ ବନ୍ଧନରେ ଏକ ଗଣ୍ଠି ପଡ଼ି ଯାଇଛି। ସାମାଜିକ ସମ୍ବନ୍ଧ ଏବେ କୃତ୍ରିମ ପ୍ରାୟ। ମନୁଷ୍ୟ ନିଜ ସମ୍ପର୍କୀୟଙ୍କୁ ଗୌଣ ମନେକରି ଉପେକ୍ଷା ମଧ୍ୟ କରୁଛି। ସାମାଜିକ ଓ ପାରିବାରିକ ସମ୍ପର୍କ ଆଜି କେବଳ ଅର୍ଥକେନ୍ଦ୍ରିକ ସାଜିଛି। ମାତା ପିତା ପୁତ୍ର ସନ୍ତାନ ମଧ୍ୟରେ ଏବେ ତିକ୍ତତା ବଢ଼ିବାରେ ଲାଗିଛି। ଘର ଭିତରେ ମନୁଷ୍ୟର କ୍ଳାନ୍ତ ମନ ବିଶ୍ରାମ ଓ ଶାନ୍ତି ପାଉ ନାହିଁ।

କ୍ରମଶଃ...

୨୯. ୬. ୧୮

No comments: