Tuesday, 26 June 2018

*ପାରିବାରିକ ବିଘଟନ...- ୨*

ପତି ପତ୍ନୀଙ୍କ ସମ୍ପର୍କରେ ଯଦି ଘଟା ଆସେ ଏଭଳି ସ୍ଥିତିରେ ଆତ୍ମୀୟ ସମ୍ବନ୍ଧଙ୍କ ବିଷୟରେ ଚର୍ଚ୍ଚା ହେଲେ ମଧ୍ୟ ଅବିଶ୍ୱାସର ପାହାଡ଼ ଛିଡ଼ା ହୋଇଯାଏ। ଏ ବିଷୟରେ  କବି ଶ୍ରୀକାନ୍ତ ବର୍ମାଙ୍କ କବିତାରେ କୁହାଯାଇଛି -

"ଇତନେ ଦିନୋ କେ ବାଦ
ଅକସ୍ମାତ ମିଲି ତୋ
ଆସୁଓଁ ନେ ଉସକେ ଉସେ,
ମେରେ ମୁଝେ ଭରମା ଦିୟା।
ଆସୁ ଜବ ଥମେ ତୋ
ମେ କୁଛ ଓର ଥା। ୱହ କୁଛ ଓର।
ୱହ ମେରୀ ଆଖୋ ମେ
ମେ ଉସକି ଆଖୋ ମେ।
ଢୁଣ୍ଡ ରହା ଥା ଶଙ୍କା
ଅବିଶ୍ୱାସ ଓର ଯାଚନା ସେ ଠୌର।"

ପରିବାର ବିଘଟନର ମୂଳ ସହରୀ ସଭ୍ୟତାର ଚାକଚକ୍ୟ ଓ ଉତ୍ତେଜିତ ହୋଇପଡୁଥିବା ଦାମ୍ପତ୍ୟ ଜୀବନର ଧାରା। ସାମାଜିକ ପ୍ରତିଷ୍ଠା, ଧାର୍ମିକ-ସାଂସ୍କୃତିକ ଶ୍ରେଷ୍ଠତା, ଜାତିଗତ ଉଚ୍ଚତା ଯାହା କେବେ ଭାରତୀୟ ସମାଜରେ ସମ୍ମାନର ସୂଚକ ଭାବରେ ନିଆଯାଉ ଥିଲା, ଏବେ ଆଉ ସେ ସବୁ ନାହିଁ। ତା ପ୍ରତି ବଦଳରେ ଆର୍ଥିକ ସମ୍ପନ୍ନତା ହିଁ ପରିବାରର ସମ୍ମାନର ମାନଦଣ୍ଡ ହୋଇଯାଇଛି। କବି ରାଜେନ୍ଦ୍ର କିଶୋରଙ୍କ କବିତା ପଙ୍କ୍ତିରେ ଏହି ଆର୍ଥିକ ଚାପ କାରଣରୁ ଭାଙ୍ଗି ପଡୁଥିବା ପାରିବାରିକ ସମ୍ବନ୍ଧର ଚିତ୍ର ଦେଇ ସେ ଲେଖିଛନ୍ତି -

"ଜୀବନ କେ ଅନୁଭବ କା
ଏକ ବୋଲ କହତା ହୁଁ
ବାପ କଭି ନ ବନତା
ପୈସେ ନ ହୋ ଯଦି
ବେଟେ ଔର ବେଟିୟୋଂ କେ
କ୍ରୋଧ ସେ ବଚନା।"

ଆଜିକାଲି ବିବାହକୁ ଏକ ଚୁକ୍ତିର ସମ୍ପର୍କ ବୋଲି ଗ୍ରହଣ କରାଯାଉଛି। ଯେଉଁଥିରେ ପତିବ୍ରତ ଓ ନୈତିକତାର କୌଣସି ସ୍ଥାନ ନାହିଁ। ଏହାଦ୍ୱାରା ପତି ପତ୍ନୀ ସମ୍ବନ୍ଧର ସାର୍ଥକତା ନଷ୍ଟ ହୋଇଯାଉଛି। ଦୁହେଁ କେବଳ ଔପଚାରିକତା ପାଳନ କରୁଛନ୍ତି। ପ୍ରେମ, ସୌହାର୍ଦ୍ଦ୍ୟ ଓ ସମ୍ମାନ ଯାହା ପତି ପତ୍ନୀର ସମ୍ବନ୍ଧକୁ ପ୍ରଗାଢ଼ କରାଇଥାଏ ତାହା ଆଜର ସମାଜରେ ଆର୍ଥିକ ଚାପ ଯୋଗୁ ଅଧିକରୁ ଅଧିକ ବିଘଟିତ ହେଉଛି। ଯୌଥ ପରିବାରର ବିଘଟନର ମୂଳ କାରଣ ହେଇ ଯାଉଛି ବ୍ୟକ୍ତି ସ୍ୱାଧୀନତା। ବ୍ୟକ୍ତିବାଦର ପ୍ରଭାବ କାରଣରୁ ମନୁଷ୍ୟ ଭିତରେ ସ୍ୱାଧୀନତାର ଭାବନା ବଢ଼ି ବଢ଼ି ଚାଲିଛି। ଆଜିକାଲି ଗଢ଼ି ଉଠୁଥିବା ସମ୍ପର୍କ ସବୁ  ସମାଜକୁ ଗୁରୁତ୍ୱ ନ ଦେଇ  ବ୍ୟକ୍ତି କେନ୍ଦ୍ରିକ ହୋଇପଡୁଛି। ଯଦି କୌଣସି ଯୌଥ ପରିବାରରେ ବ୍ୟକ୍ତି ସ୍ୱାଧୀନତା ଉପରେ ଆଞ୍ଚ ଆସୁଛି ସେଠି ପରିବାର ସାମାନ୍ୟ ଆଘାତରେ ମଧ୍ୟ ଭାଙ୍ଗି ଯାଉଛି। ଏ ହେଉଛି ଆଜି ପାଇଁ ଯୌଥ ପରିବାରର ବିଘଟନର କାରଣ।

କ୍ରମଶଃ...

୨୬. ୬. ୧୮

No comments: