ଭୌତିକ ସୁଖ ଉପଭୋଗର ଆୟୋଜନ ମୋକ୍ଷ ପ୍ରାପ୍ତି ପାଇଁ କିପରି କରିହେବ, ଏହାର ଆଦର୍ଶକୁ ଉପଲବ୍ଧି କରିବା କୁଟୁମ୍ବ ସଂସ୍ଥାର ପ୍ରଧାନ ଉଦ୍ଦେଶ୍ୟ ଅଟେ। ସମାଜ ଭିତରେ ସହଜ ସହାବସ୍ଥାନ କରିବାକୁ ଯେଉଁ ଦଣ୍ଡହୀନ ସାମାଜିକ ଅନୁଶାସନକୁ ଆମେ ଗ୍ରହଣ କରିବାକୁ ଚାହୁଁଛନ୍ତି ସେଥିରେ କୁଟୁମ୍ବ ବ୍ୟବସ୍ଥା ପ୍ରୟୋଗଶାଳା ଅଟେ। ଯେଉଁଥିରୁ ଧର୍ମ ଅର୍ଥ କାମ ମୋକ୍ଷାଦି ଚତୁର୍ବର୍ଗ ଫଳ ପ୍ରାପ୍ତ କରିହୁଏ।
ସାଧାରଣତଃ ମନୁଷ୍ୟମାନଙ୍କ ଭିତରେ ଯେଉଁ ସମ୍ପର୍କ ଗଢ଼ିଉଠେ ତାହା ଚିରସ୍ଥାୟୀ ହୋଇପାରେ ନାହିଁ। କିନ୍ତୁ କୁଟୁମ୍ବ ଭିତରେ ଯେଉଁ ସମ୍ପର୍କ ଗଢ଼ିହୋଇଥାଏ ତାହା ଅଭେଦ୍ୟ, ଅଛେଦ୍ୟ, ଆଦର୍ଶସ୍ଥାନୀୟ ଓ ଦୀର୍ଘସ୍ଥାୟୀ ହୋଇଥାଏ। କୁଟୁମ୍ବ ମନୁଷ୍ୟକୁ ଏକ ଦିବ୍ୟ ଚେତନା ପ୍ରଦାନ କରିଥାଏ। ଯେଉଁମାନେ ବୟସ୍କ, ପରିବାରର ନୀତି ହେଲା ସେମାନେ ସେମାନଙ୍କଠାରୁ ବାୟୋ କନିଷ୍ଠଙ୍କ କୁଶଳ ଜିଜ୍ଞାସା କରିବା ଏବଂ ଯିଏ ଛୋଟ ସେମାନେ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଜଣାଇବା ଏହା ପରିବାରରେ ଏକ ଅଲିଖିତ ସ୍ୱୀକୃତି ପତ୍ର। ଚିରକାଳିକ ସଂସ୍କାର ଓ ପ୍ରବଳ ଉଚ୍ଚାଙ୍ଗ ଚେତନା ଆଧାରରେ ଏହା ସ୍ୱତଃପ୍ରବୃତ୍ତ ଭାବେ ଗ୍ରହଣ କରାଯାଇଥାଏ। ଏହା ପରିବାର ମଧ୍ୟରେ ଯୋଜକତାର କାମ କରାଏ ଏବଂ ଜଣେ ମାଆଙ୍କୁ ଈଶ୍ୱର ଵ୍ୟାପୀ ସର୍ବମାତୃଗୁଣସମ୍ପନ୍ନ ବାତ୍ସଲ୍ୟ ସ୍ନେହ ଓ ଅତ୍ମୀୟତାର ପ୍ରତିମୂର୍ତ୍ତି କରି ଦେଇଥାଏ।
୩. ୬. ୧୮

No comments:
Post a Comment