Monday, 10 September 2018

*ମା ନର୍ମଦାଙ୍କ ଧରାବତରଣ*

ନର୍ମଦାର ଉତ୍ପତ୍ତି ସମ୍ବନ୍ଧରେ ବାୟୁ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି। ଥରେ ଭଗବାନ ଶଙ୍କର ତାଣ୍ଡବ ନୃତ୍ୟ କରୁଥିଲେ। ତାଙ୍କ ଦେହର ଏକ ଶ୍ବେଦ ବିନ୍ଦୁରୁ ମା' ନର୍ମଦାଙ୍କର ଉତ୍ପତ୍ତି ହୋଇଛି। ବ୍ରହ୍ମ ଲୋକରେ ମା' ନର୍ମଦାଙ୍କର ନିବାସ ଥିଲା। ସେତେବେଳେ ପୃଥିବୀରେ କୌଣସି ନଦୀ ନ ଥିଲେ। ଏହା ଦେଖି ଦେବତାମାନେ ନର୍ମଦା ମର୍ତ୍ତ୍ୟଲୋକରେ ପ୍ରବାହିତ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ। ଭଗବାନ ଆଶୁତୋଷ ତାଙ୍କର କଥା ଶୁଣି କହିଲେ ଯେ, "ତାହାର ପ୍ରବାହିତ ଜଳଧାରାକୁ କିଏ ଧାରଣ କରିବ ?"
ଉଦୟଗିରି ଆଦି ପର୍ବତମାନେ ନିଜର ଆସାମର୍ଥ୍ୟତା ଦର୍ଶାଇଲେ। ତା'ପରେ ବିନ୍ଧ୍ୟାଞ୍ଚଳକୁ ଭଗବାନ ଶଙ୍କର ପଚାରିଲେ। ବିନ୍ଧ୍ୟପର୍ବତ କହିଲା, "ମୋର ପୁତ୍ର ମେକଲଗିରି ତାକୁ ଧାରଣ କରିବ।"
ତେଣୁ ସେ ପୃଥିବୀପୃଷ୍ଠରେ ଅବତରିତ ହୋଇ ଜଳ ପ୍ରବାହ ସ୍ୱରୂପ ବିଚରଣ କଲେ ଏବଂ ନର୍ମଦା ନାମରେ ଜନ ଖ୍ୟାତି ପାଇଲେ।

କ୍ରମଶଃ...

୧୦. ୯. ୧୮

No comments: