ବିବିଧ ପୁରାଣ ଓ ପ୍ରାଚୀନ ଗ୍ରନ୍ଥମାନଙ୍କରୁ ମିଳିଥିବା ମା' ନର୍ମଦାଙ୍କ ଧରାବତରଣ କାହାଣୀ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତାହା ଭିତରେ ଯେଉଁ ଐକ୍ୟ ରହିଛି ତାହା ହେଲା - ସେ ଭଗବାନ ଶଙ୍କରଙ୍କ କନ୍ୟା। ମେକଲ ପର୍ବତରୁ ସେ ବାହାରିଛନ୍ତି। ସେ ପାପନାଶିନୀ, ତାଙ୍କର ମହିମା ଅପାର। ଅନେକ ତୀର୍ଥସ୍ଥାନ, ମଠ, ନଗର, ଘାଟ, ବିପୁଳ ଜଳରାଶି ସହ ନର୍ମଦାଙ୍କ ଏହି ଅପୂର୍ବ ସରିତା ରୂପ, ସଲୀଳାମୁଦ୍ରା, ଋଷିମାନଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁମାନଙ୍କ ପର୍ଯ୍ୟନ୍ତ ବା ପ୍ରକୃତି ପ୍ରେମୀ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ରଦ୍ଧା ସ୍ଥାନ, ବା ପ୍ରିୟ ସ୍ଥାନ ହୋଇଯାଇଛି। ତାହାର ପରିକ୍ରମା ସେଥିରେ ସ୍ନାନ, ପାନ, ପୂଜନ, ତା' ପାଖରେ ନିବାସ, ବିହାର, ଅବିରତ ଆଜି ପର୍ଯ୍ୟନ୍ତ ଚାଲିଆସିଛି। ତାଙ୍କର ପ୍ରତିମା ଉଦଗମ ସ୍ଥାନ ମାନଙ୍କରେ ଓ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପୁରାଣ ପ୍ରସିଦ୍ଧ ସ୍ଥାନ ମାନଙ୍କରେ ଆଜି ମଧ୍ୟ ଅସ୍ତିତ୍ବ ରେ ଅଛି। ତଥାପି ମା' ନର୍ମଦାଙ୍କ ମୂର୍ତ୍ତିମନ୍ତ ପ୍ରବାହକୁ ହିଁ ସାକ୍ଷାତ ମୂର୍ତ୍ତି ମାନି ଲୋକେ ତାଙ୍କର ସମୂହ ବନ୍ଦନା କରୁଛନ୍ତି।
୧୨. ୯. ୧୮
୧୨. ୯. ୧୮

No comments:
Post a Comment