ଏପରି ମାନ୍ୟତା ଅଛି ଯେ ଗଙ୍ଗା ଜ୍ଞାନର, ଯମୁନା ଭକ୍ତିର, ବ୍ରହ୍ମପୁତ୍ର ତେଜର, ଗୋଦାବରୀ ଐଶ୍ୱର୍ଯ୍ୟର, କୃଷ୍ଣା କାମନାର ଓ ସରସ୍ୱତୀ ବିବେକର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ସାରା ସଂସାର ଏଇ ନଦୀ ମାନଙ୍କୁ ନିର୍ମଳତା, ଓଜସ୍ୱିତା ଏବଂ ମାଙ୍ଗଳିକ ଭାବ ପାଇଁ ପୂଜା କରିଥାଏ। ଏ ସମସ୍ତଙ୍କ ଠାରୁ ଭିନ୍ନ ହେଲେ ନର୍ମଦା, ଯିଏ ହେଉଛନ୍ତି ବୈରାଗ୍ୟର ଦେବୀ। ସେ ତ୍ୟାଗ ସ୍ୱରୂପା। ସେ ଜୀବନକୁ ପରମାର୍ଥରେ ଲଗାଇବା ପାଇଁ ପ୍ରେରଣା ଦିଅନ୍ତି। ନର୍ମଦା ତଟବାସୀ ମା' ନର୍ମଦାଙ୍କ କରୁଣାମୟ ଓ ବାତ୍ସଲ୍ୟ ସ୍ୱରୂପକୁ ଭଲଭାବେ ଜାଣିଛନ୍ତି ଏବଂ ଏଥିପାଇଁ ହଜାର ହଜାର ବର୍ଷ ହେଲା ପାଦରେ ଚାଲି ଚାଲି ପରିକ୍ରମା କରି ଆସୁଛନ୍ତି। ସପ୍ତ ଚିରଞ୍ଜିବିଙ୍କ ମଧ୍ୟରୁ ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱସ୍ତମା ନିରନ୍ତର ନର୍ମଦା ପରିକ୍ରମା କରୁଛନ୍ତି ବୋଲି ଲୋକ କଥା ଅଛି। ବିଶ୍ୱରେ ଏହା ଏକମାତ୍ର ଅଦ୍ଭୁତ ନଦୀ ଯାହାର ପରିକ୍ରମା ବିଧି ବ୍ୟବସ୍ଥା ଅନୁସାରେ କରାଯାଇଥାଏ। ତିନି ବର୍ଷ, ତିନି ମାସ ଓ ତେର ଦିନରେ ଏହି ପରିକ୍ରମା ସମ୍ପନ୍ନ ହୁଏ। ପ୍ରତିଦିନ ନର୍ମଦାଙ୍କ ଦର୍ଶନ କରି ତାଙ୍କୁ ସଦୈବ ନିଜ ଡାହାଣପଟେ ରଖି ନଦୀ ପାର ନ କରି ଉଭୟ ପଟରେ ପଦଯାତ୍ରା କରି କରି ଏହି ପରିକ୍ରମାକୁ ପୂରା କରାଯାଏ। ଏହି ପରିକ୍ରମା ଅମରକଣ୍ଟକ ଅଥବା ଓଁକାରେଶ୍ବରରୁ ନର୍ମଦାଙ୍କ ପୂଜନ କଲାପରେ ଆରମ୍ଭ ହୁଏ। ନଦୀ କଡେ଼ କଡ଼େ ଉଭୟ ପଟେ ଯାତ୍ରା କରି ପୁଣି ଯେଉଁଠୁ ଯାତ୍ରା ଆରମ୍ଭ କରିଥିଲେ ସେଇଠି ପହଞ୍ଚିବାକୁ ହୁଏ।
କ୍ରମଶଃ.....
୧୮. ୯. ୧୮

No comments:
Post a Comment