Tuesday, 11 September 2018

*ମା ନର୍ମଦାଙ୍କ ଧରାବତରଣ*

ନର୍ମଦାଙ୍କ ଧରାବତରଣ ସମ୍ପର୍କରେ ଆଉ ଏକ ବିଶେଷ କାହାଣୀ ଉପଲବ୍ଧ। ହିରଣ୍ୟତେଜ ନାମକ ଜଣେ ପ୍ରତାପୀ ରାଜା ଥିଲେ। ସେ ନିଜର ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ନିମନ୍ତେ ବହୁ ଶ୍ରାଦ୍ଧ ତର୍ପଣାଦି କ୍ରିୟାକର୍ମମାନ ସମ୍ପାଦନ କଲେ। ତଥାପି ପୂର୍ବ ପୁରୁଷଙ୍କର ମୋକ୍ଷ ପ୍ରାପ୍ତି ହେଲା ନାହିଁ। ଏହା ପରେ ସେ କଠୋର ତପସ୍ୟା ଆରମ୍ଭ କଲେ। ତପସ୍ୟାରେ ଦେବାଧିଦେଵ ଶଙ୍କର ପ୍ରସନ୍ନ ହେଲେ ଏବଂ ବର ମାଗିବାକୁ କହିଲେ। ସେତେବେଳେ ରାଜା ହିରଣ୍ୟତେଜ ପିତୃପୁରୁଷଙ୍କ ଉଦ୍ଧାର ପାଇଁ ନର୍ମଦାଙ୍କୁ ଧରାବତରଣ କରାଇବା ନିମନ୍ତେ ବର ମାଗିଲେ। ଭଗବାନ ଶଙ୍କର ନର୍ମଦାଙ୍କୁ ପୃଥିବୀ ପୃଷ୍ଠରେ ଅବତରଣ ହେବା ନିମନ୍ତେ କହିଲେ। ନର୍ମଦା ବିନ୍ଧ୍ୟ ପର୍ବତରେ ପ୍ରଚଣ୍ଡ ବେଗରେ ପ୍ରବେଶ କରି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ଲୋକକୁ ପ୍ରକମ୍ପିତ କଲେ। ପାତାଳରେ ଏକ ତେଜୋଦୀପ୍ତ ଲିଙ୍ଗ ପ୍ରକଟ ହେଲା ଏବଂ ନର୍ମଦାଙ୍କୁ ଶାନ୍ତ ହୋଇଯିବା ପାଇଁ ଆଦେଶ ଦେଲା। ରାଜା ହିରଣ୍ୟତେଜ ନର୍ମଦା କୂଳରେ ପିତୃପୁରୁଷଙ୍କୁ ତର୍ପଣ କଲେ ଏବଂ ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହେଲା। ଏହି ଦିନରୁ ମାଆ ନର୍ମଦା ଅବିରତ ପ୍ରବାହିତ ହେବାରେ ଲାଗିଛନ୍ତି।

କ୍ରମଶଃ...

୧୧. ୯. ୧୮

No comments: