Wednesday, 19 September 2018

*ବାମ ତଟରୁ ଆରମ୍ଭ*

ଅନେକ ଦେବତା ନର୍ମଦା ତତ୍ତ୍ୱର ଅବଗାହନ କରିଛନ୍ତି। ନର୍ମଦା ତଟରେ ଅନେକ ଦିବ୍ୟ ତୀର୍ଥ, ଜ୍ୟୋତିର୍ଲିଙ୍ଗ, ଉପଲିଙ୍ଗ, ପୂଜା ସ୍ଥଳ ସ୍ଥାପିତ ହୋଇଛି। ପ୍ରମୁଖ ତୀର୍ଥ ଭିତରେ ରହିଛି -
ଅମରକଣ୍ଟକ, ମଣ୍ଡଲା, ଭେଡ଼ା ଘାଟ, ହୋସଙ୍ଗାବାଦ, ନେମାବର(ରେବାଖଣ୍ଡ), ଓଁକାରେଶ୍ବର, ମଣ୍ଡଳେଶ୍ୱର-ମହେଶ୍ବର, ଶୁକ୍ଲେଶ୍ବର, ବାବନଗଜା, ଶୁଲପାଣି, ଗମଣେଶ୍ୱର, ଶିକ୍ର ତୀର୍ଥ, ଅଂକତେଶ୍ୱର, କଲୋଲୀ, ଚାନ୍ଦୋଦ ଓ ଆଦିତ୍ୟେଶ୍ୱର। ପରିକ୍ରମା ସମୟରେ ଏହି ତୀର୍ଥମାନଙ୍କରେ ଦର୍ଶନ ପୂଜନ କରାଯାଏ।

ନର୍ମଦା ପରିକ୍ରମାର ଶୁଭାରମ୍ଭ ସାଧରଣତଃ ଅମରକଣ୍ଟକରୁ କରାଯାଏ। ଏହାହିଁ ଉଦଗମ ସ୍ଥାନ।  ବାମ ତଟରୁ ପଶ୍ଚିମ ମୁଖା ହୋଇ ମୁହାଁଣ ଆଡ଼କୁ ଯିବାକୁ ହୁଏ। ଅମରକଣ୍ଟକ ପରେ ନର୍ମଦା କୁଣ୍ଡ, ମଣ୍ଡଲା, ଜବଲପୁର, ଭେଡ଼ା ଘାଟ, ବର୍ମାନ ଘାଟ, ପତଇ ଘାଟ, ମଗରୋଲ, ଜୋଶୀପୁର, ଛପାନେର, ନେମାବର, ନର୍ମଦା ସାଗର, ପାମା ଖେଡ଼ା, ଧାବଡ଼ି କୁଣ୍ଡ, ଓଁକାରେଶ୍ବର, ବାଳକେଶ୍ୱର, ଇନ୍ଦୋର, ମଣ୍ଡେଶ୍ୱର, ମହେଶ୍ୱର, ଖଲଘାଟ, ଚିଖଲରା, ଧର୍ମରାୟ, କାତର ଖେଡ଼ା, ଶୁଳ ପାଣି, ହସ୍ତୀ ସଙ୍ଗମ, ଛାପେଶ୍ୱର, ସର୍ଦାର ସରୋବର, ଗମଣେଶ୍ୱର, ଚାନ୍ଦୋଦ ହୋଇ ଭରୁଚ ଯାଏ ଯିବାକୁ ପଡ଼େ। ଭରୁଚ ଜିଲ୍ଲାରେ ନର୍ମଦା ସାଗରରେ ବିଲୀନ ହୋଇଯାଇଛି। ସେହି ମୁହାଁଣରୁ ନଦୀ ପାର ହୋଇ ଉତ୍ତର ଦିଗକୁ ଯାଇ ଦକ୍ଷିଣ ତଟରେ ପହଞ୍ଚିବାକୁ ହୁଏ। ଏବେ ଯାତ୍ରୀ ପ୍ରସ୍ତୁତ ହୁଏ ଅମରକଣ୍ଟକ ଆଡ଼କୁ ଯିବା ପାଇଁ। ଏହାକୁ ଫେରନ୍ତା ଯାତ୍ରା ବା ଲେଉଟାଣି ଯାତ୍ରା କୁହାଯାଏ। ଏହି ଯାତ୍ରାର ଦିଗ ହୁଏ ପଶ୍ଚିମରୁ ପୂର୍ବକୁ।

କ୍ରମଶଃ...

୧୯. ୯. ୧୮

No comments: