ଭାରତୀୟ ସଂସ୍କୃତିର ବିଶେଷତା ଏକ ଶବ୍ଦରେ ଯଦି କୁହାଯିବ, ତେବେ ଏହା ହେବ "ଜଳ ପ୍ରିୟତା"।
"ଶ୍ରୀମଦ ଭାଗବତ ମହାପୁରାଣ"ରେ ସୃଷ୍ଟିର ଉତ୍ପତ୍ତି ଓ ଭଗବାନ ବିଷ୍ଣୁଙ୍କ ଦଶାବତାରରେ ସର୍ବପ୍ରଥମ "ମତ୍ସ୍ୟାବତାର" ଜଳ ଭିତରେ ହିଁ ହୋଇଥିଲା। ବିଷ୍ଣୁଙ୍କ ଦଶାବତାରକୁ ମନୁଷ୍ୟ ବିକାଶର ଦଶଟି ସୋପାନ ବୋଲି କୁହାଯାଏ। ଵିଵର୍ତନର କ୍ରମ ଜଳରୁ ଆରମ୍ଭ ହୋଇ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିପାଇଁ ଆମ ଜୀବନରେ ଜଳର ସର୍ବାଧିକ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କୃତିର ବିକାଶ ନଦୀମାନଙ୍କ କୂଳରେ ବା ସରୋବର ନିକଟରେ ଆରମ୍ଭ ହୋଇଛି। ଆମ ଦେଶରେ ମୁନିଋଷିମାନଙ୍କ ଆଶ୍ରମ, ଗୁରୁକୁଳ, ରାଜାମାନଙ୍କ ରାଜଧାନୀ, ପ୍ରମୁଖ ନଗର ସବୁ ନଦୀ ବା ସରୋବର ନିକଟରେ ଗଢ଼ି ଉଠିଛି। ସେଠାରୁ ସଂସ୍କୃତିର ଧାରା ଉଦ୍ଭୂତ ହୋଇ ଚତୁର୍ଦିଗକୁ ବ୍ୟାପିଛି। ଭାରତୀୟ ଜନ ଜୀବନରେ କୃଷିର ମହତ୍ତ୍ୱ ସର୍ବାଧିକ। ଜଳ ବିନା କୃଷିକାର୍ଯ୍ୟ ଅସମ୍ଭବ। ଯେଉଁଠି କୃଷି ନାହିଁ ବା ଅନ୍ନ ନାହିଁ ସେଠାରେ ସନ୍ତୁଳିତ ଜୀବନର କଳ୍ପନା କରାଯାଇ ନ ପାରେ। ଏହି କାରଣରୁ ହଜାର ହଜାର ବର୍ଷରୁ ନଦୀ ଓ ସରୋବର ସହିତ ସମସ୍ତ ଜଳସ୍ରୋତକୁ ଈଶ୍ୱରୀୟ ସ୍ଥାନ ପ୍ରାପ୍ତ ହୋଇଛି।
ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ, କାବେରୀ ଆଦି ସପ୍ତ ନଦୀଙ୍କ ପ୍ରତି ଆମ ମାନସ ପଟରେ ଦେବୀ-ଦେବତାର ପୂଜ୍ୟ ଭାବ ନିହିତ ଅଛି।
ଭାରତବର୍ଷରେ ଯେଉଁ ପ୍ରମୁଖ ନଦୀମାନଙ୍କୁ ସର୍ବାଧିକ ସମ୍ମାନ, ଆଦର ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଛି ସେମାନଙ୍କ ମଧ୍ୟରୁ ମା' ନର୍ମଦାଙ୍କ ବିଶେଷ ସ୍ଥାନ ରହିଛି। ଦେବୀ ନର୍ମଦାଙ୍କର ଅଧ୍ୟାତ୍ମ ଜଗତରେ ଯେତିକି ଉଚ୍ଚ ସ୍ଥାନ ରହିଛି, ସେତିକି ଶ୍ରଦ୍ଧା ଓ ଭକ୍ତି ସାଧାରଣ ଜନ ଜୀବନରେ ଦେଖିବାକୁ ମିଳେ।
କ୍ରମଶଃ....
୧୩. ୯. ୧୮

No comments:
Post a Comment