Sunday, 16 September 2018

*ତ୍ୱଦୀୟ ପାଦ ପଙ୍କଜମ...*

ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଅଛି -

ଭାରତୀୟ ସାହିତ୍ୟରେ ନଦୀମାନଙ୍କୁ ବହୁତ ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ସଂସ୍କୃତିର ସମ୍ବାହିକା ନଦୀମାନଙ୍କୁ ଦୈବୀ ଗୁଣସମ୍ପନ୍ନ ବୋଲି କୁହାଯାଇଛି। ଏଥିପାଇଁ ଏହି ସରିତାମାନଙ୍କର ସ୍ଥାନ ଦେବତୁଲ୍ୟ। ଅନେକ ଗ୍ରନ୍ଥରେ ନଦୀମାନଙ୍କର ମହିମା ସମ୍ବନ୍ଧରେ ବର୍ଣ୍ଣନା କରି କୁହାଯାଇଛି -

"ପୁଣ୍ୟା କନଖଲେ ଗଙ୍ଗା, କୁରୁକ୍ଷେତ୍ରେ ସରସ୍ୱତୀ। ଗ୍ରାମେ ୱା ଯଦି ବାରଣ୍ୟେ, ପୁଣ୍ୟା ସର୍ବତ୍ର ନର୍ମଦା ।।"

ଏଠାରେ ରେବା ନଦୀକୁ ବହୁତ ଉଚ୍ଚ ସ୍ଥାନ ଦିଆଯାଇଛି। -

"ନର୍ମଦା ଚନ୍ଦ୍ରଭାଗାଦି ଗଙ୍ଗା ସଙ୍ଗସଜୈର୍ଜଲେଇ
ସ୍ନାନିତୋଷି ମୟା ଦେବ ବିଘ୍ନସଂଘ ନିବାରୟ ।।"

ଆଦ୍ୟ ଗ୍ରନ୍ଥ ଋଗ୍ ବେଦର ନଦୀ ସୂକ୍ତରେ ମହର୍ଷି ବିଶ୍ଵାମିତ୍ର ଓ ନଦୀମାନଙ୍କ ସମ୍ବାଦର ବିସ୍ତୃତ ଵର୍ଣ୍ଣନ ରହିଛି। ସ୍କନ୍ଦ ପୁରାଣର ରେବା ଖଣ୍ଡରେ ନର୍ମଦା ନଦୀର ସୁନ୍ଦର ସ୍ୱରୂପ ଦର୍ଶାଯାଇଛି।

ନର୍ମଦାର ଆଉ ଏକ ନାଁ ରେବା। ରେବା ଅର୍ଥାତ୍ ନାଚି ନାଚି ଡେଇଁ ଡେଇଁ ଯିବା। ପର୍ବତୀୟ ଭାଗ ବିଶେଷ କରି ଧୂଆଁଧାର ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳେ।

ଏହାର ଆଉ ଏକ ନାଁ - ସୋମୋଦ୍ଭବା

ନର୍ମଦାର ଏକ ଧାରା ସୋମବଂଶୀ ରାଜା ନିଜ ତପ ବଳ ଦ୍ୱାରା ଉତ୍ପନ୍ନ କରିଥିଲେ।  ଏହି ଧାରା ସୋମ ପର୍ବତ ଶିଖରରୁ ବାହାରିଛି।

"ରେବା ତୁ ନର୍ମଦା ସୋମୋଦ୍ଭବା ମେକଲ କନ୍ୟା କା"
ଅର୍ଥାତ୍ ରେବା, ନର୍ମଦା ଓ ସୋମୋଦ୍ଭବା ଏମାନେ ସମସ୍ତେ ମେକଲ ରାଜାର କନ୍ୟା ଅଟନ୍ତି।

କ୍ରମଶଃ...

୧୬. ୯. ୧୮

No comments: