ବାୟୁ ପୁରାଣରେ ମାଆ ନର୍ମଦାଙ୍କ ଉତ୍ପତ୍ତି ସମ୍ବନ୍ଧରେ ବିସ୍ତୃତ ଏବଂ ରୋଚକ ବୃତ୍ତାନ୍ତ ଦେଖିବାକୁ ମିଳେ। ଦେବ ଓ ଦାନବଙ୍କ ମଧ୍ୟରେ ଘୋର ରଣ ହେଲା ଓ ଦେବତାମାନେ ବିଜେତା ହେଲେ। ଦେବତାମାନେ ଅଧିକାଂଶ ଦାନବଙ୍କୁ ହତ୍ୟା କଲେ। ପରେ ସେମାନେ ଅନୁତପ୍ତ ହୋଇ ଏହି ମହାପାତକରୁ ନିସ୍ତାର ପାଇବା ପାଇଁ ଉପାୟ ପାଞ୍ଚିଲେ। ବିନ୍ଧ୍ୟାଞ୍ଚଳ ପର୍ବତମାଳାର ମେକଲ ପର୍ବତରେ ଭଗବାନ ଶିବ ଧ୍ୟାନସ୍ଥ ଥିବାର ଜାଣିପାରିଲେ। ଏଠାରେ ବିଷ୍ଣୁ ମଧ୍ୟ ଶିବଙ୍କୁ ପ୍ରାର୍ଥନା କଲେ। ଠିକ ଏହି ସମୟରେ ଭଗବାନ ଶିବଙ୍କ ମସ୍ତକରେ ଥିବା ଚନ୍ଦ୍ରରୁ ଏକ କଳା ପୃଥିବୀରେ ନିପତିତ ହେଲା। ଏହି ଚନ୍ଦ୍ରକଳା ପୃଥିବୀରେ ପତିତ ହେବା କ୍ଷଣି ଏକ ଅପରୂପା ସର୍ବାଙ୍ଗ ସୁନ୍ଦରୀ କନ୍ୟାର ରୂପ ଧାରଣ କଲା। ତାହାର ନାମକରଣ କରାଗଲା ନର୍ମଦା। ଏହି କନ୍ୟାଟି କରପତ୍ର ଯୋଡ଼ି ଶିବଙ୍କ ସମ୍ମୁଖରେ ଉଭାହୋଇ କହିଲା, "ହେ ଆଦିଦେଵ ! ହେ ଦେବାଦିଦେଵ ! ହେ ମହାଦେବ ! ଆପଣ ମୋର ପିତା ଅଟନ୍ତି। ମୋତେ ଆଜ୍ଞା କରନ୍ତୁ ଯେ, ମୁଁ ଆପଣଙ୍କର କଣ ସେବା କରବି ?"
ଏହା ଶୁଣି ମହାଦେବ କହିଲେ ଯେ, ତୁମେ ଜଳର ରୂପ ଧାରଣ କରି ପୃଥିବୀରେ ପ୍ରବାହିତ ହୁଅ। ତୁମେ ଲୋକଙ୍କ ପାପ ହରଣ କରିବ ଓ ତୁମର ପ୍ରବାହରେ ନିରନ୍ତର ଓଦା ହେଉଥିବା ଶିଳା ମୋର ସାକ୍ଷାତ ସ୍ୱରୂପ ମାନ୍ୟତା ପାଇବ। ହେ ନର୍ମଦେ ! ତୁମେ ବହୁତ ଭାଗ୍ୟବତୀ। ତୁମ ଦର୍ଶନ ମାତ୍ରେ ସକଳ ଜୀବ ଜଗତର ପାପ ନାଶ ହୋଇଯିବ।
ତତ୍ପରେ ସେହି କନ୍ୟା ଜଣକ ଶିବଙ୍କ ଆଦେଶ ଅନୁସାରେ ଜନସେବାରେ ବ୍ରତୀ ହେଲା।
କ୍ରମଶଃ...
୯. ୯. ୧୮

No comments:
Post a Comment