Friday, 14 September 2018

*ତ୍ୱଦୀୟ ପାଦ ପଙ୍କଜମ୍.*

ଆବିର୍ଭାବ

ନର୍ମଦା ସାରା ବିଶ୍ୱରେ ସର୍ବାଧିକ ଦିବ୍ୟ ଓ ରାହସ୍ୟମୟୀ ନଦୀ ଅଟେ। ଏହାର ଉତ୍ପତ୍ତି ସମ୍ବନ୍ଧରେ ଭାରତୀୟ ଗ୍ରନ୍ଥମାନଙ୍କରେ ଅନେକ କଥା ବର୍ଣ୍ଣିତ। ଆମେ ମଧ୍ୟ ପୂର୍ବରୁ କିଛି ଆଲୋଚନା କରିଛନ୍ତି। ସ୍କନ୍ଦ ପୁରାଣର ରେବା ଖଣ୍ଡର ବର୍ଣ୍ଣନା ଅନୁସାରେ ଭଗବାନ ବିଷ୍ଣୁଙ୍କ ଦ୍ଵାରା ଅନେକ ଅବତାର ସମୟରେ ଅନେକ ରାକ୍ଷସଙ୍କୁ ବଧ କରାଯାଇଥିଲା। ପ୍ରାୟଶ୍ଚିତ ସ୍ୱରୂପ ସେ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କଲେ। ତାଙ୍କୁ ସେହି ପାପରୁ ମୁକ୍ତି ଦେବା ପାଇଁ ଭଗବାନ ଶଙ୍କର ମେକଲ ପର୍ବତରେ ତପସ୍ୟା କଲେ। ତାପସ୍ୟାଲୀନ ଭଗବାନ ଶିବଙ୍କ ସ୍ବେଦରୁ ବାର ବର୍ଷର ଦିବ୍ୟ କନ୍ୟା ଉତ୍ପନ୍ନ ହେଲା। ଜନ୍ମରୁ ସେହି ଦିବ୍ୟ କନ୍ୟାଟି ନାନାଦି ଲୀଳା କରି ଶିବ ଓ ପାର୍ବତୀଙ୍କୁ ଚକିତ କରିଦେଲା। ସେତେବେଳେ ଭଗବାନ ବିଷ୍ଣୁ ଓ ଶିବ ସେହି କନ୍ୟାଟିର ନାଁ ଦେଲେ ନର୍ମଦା। ନର୍ମଦା ଅର୍ଥ - ଯିଏ ସୁଖ ଦିଏ। ଏହି ଦିବ୍ୟ କନ୍ୟା ଉତ୍ତରବାହିନୀ ଗଙ୍ଗା ତଟରୁ କାଶୀର ପଞ୍ଚକୋଷୀ କ୍ଷେତ୍ରରୁ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରି ଭଗବାନ ଶିବଙ୍କ ଠାରୁ ଏପରି ବର ପ୍ରାପ୍ତ ହେଲେ ଯାହା ଅନ୍ୟ କୌଣସି ନଦୀ ବା ତୀର୍ଥ ପାଖରୁ ପ୍ରାପ୍ତ ହୁଏ ନାହିଁ। ତାଙ୍କର ତିନୋଟି ବର ହେଲା -
୧) ପ୍ରଳୟରେ ବିନାଶ ହେବେ ନାହିଁ।
୨) ବିଶ୍ୱରେ ଏକମାତ୍ର ପାପନାଶିନୀ ହେବେ।
୩) ଯେଉଁ ଶିଳା ଖଣ୍ଡ ଉପରେ ପ୍ରବାହିତ ହେବେ ସେ ସବୁ ଶିବ ଲିଙ୍ଗ ବା ନର୍ମଦେଶ୍ୱର ରୂପେ ବିନା ପ୍ରାଣ ପ୍ରତିଷ୍ଠାରେ ପୂଜିତ ହେବ ଓ ତାଙ୍କର ତଟ ଦେଶରେ ଶିବ ପାର୍ବତୀଙ୍କ ସହ ସମସ୍ତ ଦେବାଦେବୀ ନିବାସ କରିବେ।

ଆଉ ଏକ କିମ୍ବଦନ୍ତୀ ଅନୁସାରେ -

ନର୍ମଦାଙ୍କର ଆଉ ଏକ ନାଁ - ରେବା। ରାଜା ମେକଲଙ୍କ ପୁତ୍ରୀ। ରାଜା ମେକଲ ରେବାଙ୍କ ବିବାହ ଘୋଷଣା କଲେ। ସେ କହିଲେ ଯେଉଁ ରାଜକୁମାର ତାଙ୍କ ସୁପୁତ୍ରୀଙ୍କ ପାଇଁ ବ୍ରହ୍ମକମଳ ପୁଷ୍ପ ଆଣିବ ତାଙ୍କ ସହ ରେବାଙ୍କ  ବିବାହ ହେବ।

କ୍ରମଶଃ...

୧୪. ୯. ୧୮

No comments: