https://www.vedanet.com/about-2/about-acharya-david-frawley-pandit-vamadeva-shastri/
ଭାରତ ବୋଧ ଭାରତୀୟଙ୍କ ପାଖରୁ ଦୂରେଇ ଯାଉଥିବା ବେଳେ ବିଦେଶୀମାନେ କେତେ ବିଶ୍ୱାସର ସହ ଭାରତ ଆସି ଭାରତରେ ବେଦାନ୍ତର ଆଚାର୍ଯ୍ୟ ହୋଇ ପାରୁଛନ୍ତି ତାହାର ଜୀବନ୍ତ ଉଦାହରଣ ହେଲେ ଡ. ଡାଭିଡ଼ ଫ୍ରଲେ। ତାଙ୍କର ପ୍ରଚଳିତ ନାମ ହେଲା ପଣ୍ଡିତ ବାମଦେବ ଶାସ୍ତ୍ରୀ। ହିନ୍ଦୁ ଧର୍ମ ଶାସ୍ତ୍ର ପ୍ରତି ଆକୃଷ୍ଟ ହୋଇ ସେ ବୈଦିକ ଶିକ୍ଷକ ତଥା ହିନ୍ଦୁ ଆଚାର୍ଯ୍ୟ ହୋଇପାରିଛନ୍ତି। ବିଶ୍ୱରେ କୋଡ଼ିଏଟି ଭାଷାରେ ପ୍ରକାଶିତ ହେଉଥିବା ପଚାଶଟି ବହିର ସେ ଲେଖକ। ତାଙ୍କର ବିଶେଷ ରୁଚି ହେଲା ଯୋଗ, ଆୟୁର୍ବେଦ, ବେଦାନ୍ତ, ଜ୍ୟୋତିଷ ଓ ପ୍ରାଚୀନ ବୈଦିକ ଗ୍ରନ୍ଥ। ସେ ୨୦୧୫ ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଏବେ ସେ ଆମେରିକାନ ଇନଷ୍ଟିଚ୍ୟୁଟ ଅଫ ବେଦିକ ଷ୍ଟଡିଜ ର ନିର୍ଦେଶକ ଅଛନ୍ତି।
୨୯. ୯. ୧୮

No comments:
Post a Comment