ଏହିପରି ଆନନ୍ଦମଠ ଉପନ୍ୟାସରେ ବନ୍ଦେ ମାତରମର ଦିବ୍ୟଦର୍ଶନ ପୂର୍ଣ୍ଣ ହୋଇଛି। ଏହି ଦର୍ଶନକୁ ଗୀତ ଆକାରରେ ଲିପିବଦ୍ଧ କରାଯାଇଛି।
ଏହି ଉପନ୍ୟାସରେ ବାରମ୍ବାର ଭଗବାନ ବିଷ୍ଣୁଙ୍କର ଶକ୍ତିମୟ ସ୍ୱରୂପର ଵର୍ଣ୍ଣନ ବିଭିନ୍ନ ଚରିତ୍ର ଦ୍ୱାରା ବୋଲା ଯାଇଥିବା ଗୀତରେ ବର୍ଣ୍ଣିତ। ଯେପରି - ପ୍ରଥମ ଖଣ୍ଡର ପରିଚ୍ଛେଦ ୪ରେ ଜଣେ ସନ୍ନ୍ୟାସୀ(ସତ୍ୟାନନ୍ଦ) ଗାଉଛନ୍ତି -
"ହରେ ମୁରାରେ ମଧୁକୈଟଭାରେ !
ଗୋପାଳ ଗୋବିନ୍ଦ ମୁକୁନ୍ଦ ସୌରେ
ହରେ ମୁରାରେ ମଧୁକୈଟଭାରେ !"
ପରିଚ୍ଛେଦ ୧୨ରେ କଲ୍ୟାଣୀ ଓ ମହେନ୍ଦ୍ର ମଧ୍ୟ ଏହି ଗୀତକୁ ଗାଇଛନ୍ତି। "ସେହି ସମୟରେ ଚାରିଆଡ଼େ ଏହି ଧ୍ଵନି ଗୁଞ୍ଜି ଉଠିଛି -
ହରେ ମୁରାରେ ମଧୁକୈଟଭାରେ !
ଗଛ ଡାଳରେ ରାବୁଥିବା ପକ୍ଷୀମାନଙ୍କ କଣ୍ଠରୁ ମଧ୍ୟ ସତେ ଯେପରି ଭାସି ଆସୁଛି -
ହରେ ମୁରାରେ ମଧୁକୈଟଭାରେ !....
ନଦୀର କଳ କଳ ତାନରେ ମଧ୍ୟ ମୁଖରିତ ହେଉଛି - ହରେ ମୁରାରେ ମଧୁକୈଟଭାରେ !
ମହେନ୍ଦ୍ର ଶୋକ ତାପ ଭୁଲି ଉନ୍ମାଦ ହୋଇ କଲ୍ୟାଣୀ ସହ ଏକ ସ୍ୱରରେ ଗାଉଛି -
ହରେ ମୁରାରେ ମଧୁକୈଟଭାରେ !"
ପରିଚ୍ଛେଦ ୧୮ରେ ଜ୍ଞାନାନନ୍ଦ କହୁଛନ୍ତି, ଭାଇମାନେ କୁହ - ହରେ ମୁରାରେ ମଧୁକୈଟଭାରେ !
ଯିଏ ମଧୁ କୈଟଭ ରାକ୍ଷସ ଦ୍ୱୟଙ୍କୁ ବିନାଶ କରିଥିଲେ,
ଯିଏ ହିରଣ୍ୟକଶ୍ୟପୁ, କଂସ, ଦଂତକ୍ର, ଶିଶୁପାଳ ଆଦି ଦୁର୍ଜୟ ଅସୁରଙ୍କୁ ସଂହାର କରିଥିଲେ, ଯାହାଙ୍କ ଚକ୍ରର ଘର୍ଘର ନାଦରେ ମୃତ୍ୟୁଞ୍ଜୟ, ଶୁମ୍ଭ ପର୍ଯ୍ୟନ୍ତ ଭୟଭୀତ ହୋଇଯାଇଥିଲେ, ଯିଏ ଅଜେୟ ଓ ଯୁଦ୍ଧରେ ବିଜୟ ଦିଅନ୍ତି, ଆମେସବୁ ତାଙ୍କରି ଉପାସକ, ତାଙ୍କରି ଶକ୍ତିରୁ ଆମ ବାହୁରେ ଅନନ୍ତ ବଳ ଅଛି, ସେ ଇଚ୍ଛାମୟ, ତାଙ୍କର ଇଚ୍ଛା ହେବ ତ ଆମେ ଯୁଦ୍ଧରେ ଅବଶ୍ୟ ବିଜୟୀ ହେବା।...
କ୍ରମଶଃ...
୩୧. ୩. ୧୮

No comments:
Post a Comment