Sunday, 1 July 2018

*ପାରିବାରିକ ବିଘଟନ...- ୭*

ସ୍ବେଚ୍ଛାଚାରିତା ପାରିବାରିକ ସମ୍ବନ୍ଧର ଶତ୍ରୁଭଳି ଦେଖାଦେଇଛି। ବର୍ତ୍ତମାନ ପଶ୍ଚାତ୍ୟ ନାରୀ ମୁକ୍ତି ଆନ୍ଦୋଳନର ପ୍ରଭାବରେ ସ୍ତ୍ରୀ ପୁରୁଷ ବିବାହ ବ୍ୟବସ୍ଥା ପ୍ରତି ଅନାସ୍ଥା ଭାବ ତିଆରି ହେଉଛି। ବୈବାହିକ ସମ୍ବନ୍ଧରୁ ମୁକ୍ତ ହୋଇ ଏକାକୀ ଜୀବନ କଟାଇବାକୁ ସ୍ତ୍ରୀ ପୁରୁଷ ଦୁହିଁଙ୍କର ଭାଗ୍ୟ ହେବାକୁ ବସିଲାଣି।
ଏକାକୀ ଜୀବନ ବହୁବିଧ କଷ୍ଟପ୍ରଦ। କିନ୍ତୁ ଆଜି ନାରୀ ପତ୍ନୀ ହେବା ଅପେକ୍ଷା ନାରୀ ହୋଇ ରହିବାକୁ ଚାହୁଁଛି। ଏହା ଦେଖି କବି ବିନୟ ଲେଖିଛନ୍ତି -

"ମେନକା କୋ ନହୀ ଚାହିଏ ଆଶ୍ରମ
ପତ୍ନୀତ୍ୱ ଔର ସୌଭାଗ୍ୟ।
ୱହ ଇନ ସବ ସ୍ଥିତିଓଁ ସେ ମୁକ୍ତ
ବନୀ ରହନା ଚାହତୀ ହୈ ସ୍ତ୍ରୀ।"

ସମକାଳୀନ କବି ସ୍ତ୍ରୀ ପୁରୁଷ ସମ୍ବନ୍ଧରେ ରହିଥିବା ସଙ୍କଟକୁ ଦୂର କରି ଏହାକୁ ପ୍ରେମ ସହିତ ଯୋଡ଼ିବାକୁ
ଚାହୁଁଛି। ସେ ପାରସ୍ପରିକ ସମର୍ପଣ ଏବଂ  ବିଶ୍ୱାସକୁ ହିଁ ସ୍ତ୍ରୀ ପୁରୁଷ ସମ୍ବନ୍ଧର ଆଧାର ବୋଲି ପରାମର୍ଶ ଦେଇଛନ୍ତି।

କ୍ରମଶଃ...

୧.୭.୧୮

No comments: