Tuesday, 11 December 2018

*ପୁଣିଥରେ ନୂଆକରି ଆରମ୍ଭ କରିବାର ଦମ୍ଭ*

ଯେଉଁ ଖୋର୍ଦ୍ଧା ଭୂମିର ଶାନ୍ତି ଓ ସୁରକ୍ଷା ପାଇଁ, ପୁଣି ଯେଉଁ ଜଗନ୍ନାଥଙ୍କ ମାନ ରକ୍ଷାପାଇଁ ରାମଚନ୍ଦ୍ରଦେଵ ଧର୍ମ, ସମାଜ, ସଂସ୍କାର ସବୁ ଜଳାଞ୍ଜଳି ଦେଲେ, ଆଜି ସେହି ଖୋର୍ଦ୍ଧାର ପ୍ରାଣଭୂମିରୁ ସେ ଯେପରି ନିର୍ବାସିତ; ଜଗନ୍ନାଥଙ୍କ ସିଂହାସନରୁ ମଧ୍ୟ ସେହିପରି ବିତାଡ଼ିତ। ଯେଉଁ ଜଗନ୍ନାଥଙ୍କ ସେବକତ୍ୱ, ରାଜସେବକ ରୂପେ ଖୋର୍ଦ୍ଧା ରାଜାଙ୍କର ସ୍ୱାଧିକାର ଥିଲା, ଆଜି ସେହି ଜଗନ୍ନାଥଙ୍କ ଠାରେ ସବୁ ବ୍ୟର୍ଥତା ଓ ବିଜୟ, ସବୁ ଅପମାନ ଓ ଲାଂଚ୍ଛନା, ସବୁ ଗୌରବ ଓ ଅପମାନ ନିବେଦନ କରି ପରମ ଅଭୟରେ ରତ୍ନବେଦୀ ତଳେ ଥରେ ଲୋଟି ପଡ଼ିବାର ଅଧିକାରରୁ ସୁଦ୍ଧା ସେ ବଞ୍ଚିତ ହୋଇ ପଡ଼ିଛନ୍ତି।

ଭବିତବ୍ୟର କ୍ରୁର ଷଡ଼ଯନ୍ତ୍ରରେ ସବୁ ହଜିଯାଇ ପାରିଥାଏ.... ତଥାପି ଆଜି ସେ ବଞ୍ଚି ରହିଛନ୍ତି, ତାହା ହିଁ ତାଙ୍କ ପକ୍ଷେ ଏକମାତ୍ର ସାନ୍ତ୍ୱନା। ସବୁ ପୁଣି ଥରେ ନୂଆ କରି ଆରମ୍ଭ କରିବାର ଦମ୍ଭ ତଥାପି ତାଙ୍କର ଭାଙ୍ଗି ନ ଥିଲା।
ପଛରେ ଆଶ୍ରୟ ନାହିଁ...., ସମ୍ମୁଖରେ ଅବଲମ୍ବନ ନାହଁ....., ଭୟଙ୍କର ଅନ୍ଧକାର ପଥ..... ।

ବାରବାଟୀ ଦୁର୍ଗର ନବ ପ୍ରସ୍ତ ପ୍ରାସାଦର ଅଷ୍ଟମ ପ୍ରସ୍ତରେ ଥିବା କାରାଗାରରେ ରାମଚନ୍ଦ୍ରଦେଵ ଏହି ଚିନ୍ତା କରୁଥିବା ବେଳେ ତାଙ୍କ କ୍ଳାନ୍ତ ଆଖିପତା ମୁଦି ହୋଇ ଆସୁଥିଲା। ତାଙ୍କ ଆଖି ଆଗରେ ଭାସି ଉଠୁଥିଲା ଟୀକାଲୀ ଯୁଦ୍ଧରେ ବନ୍ଦୀ ହେବା ପରେ ବିଡ଼ମ୍ବନାର ସେହି ଲାଂଛିତ ମୁହୂର୍ତ୍ତ ଗୁଡ଼ିକର ସ୍ମୃତି।

(ଓଡ଼ିଆ ପାଠକ ଭାଇ ଓ ଭଉଣୀମାନେ ! ଥରେ ମାତ୍ର ଚିନ୍ତା କରନ୍ତୁ - କୁଆଡ଼େ ଗଲା ଆମର ସେହି ନବ ତଳ ପ୍ରାସାଦର ବାରବାଟୀ ?)

କ୍ରମଶଃ...

୧୧.୧୨.୧୮

No comments: