Thursday, 6 December 2018

*ଅନ୍ୟ କୌଣସି ଉପାୟ ନଥିଲା*

ଇତିହାସର ଏକ ବିଚିତ୍ର ପରିହାସ ହେଉଛି ଯେ, ଘୋର ପାଷଣ୍ଡ ଈଶ୍ୱରଦ୍ରୋହୀମାନେ ଈଶ୍ୱରଙ୍କୁ ଯେତେ ଦ୍ୱାହି ମାନନ୍ତି, ପୁଣି ଦେଶର ଘରଭଙ୍ଗା ଶତ୍ରୁମାନେ ଦେଶପ୍ରେମର ଯେତେ ଆସ୍ଫାଳନ କରନ୍ତି, ଈଶ୍ୱରଭକ୍ତମାନେ ଭକ୍ତି ଓ ବିଶ୍ୱାସର ସେତେ ଆସ୍ଫାଳନ କରନ୍ତି ନାହିଁ; କିମ୍ବା ପ୍ରକୃତ ଦେଶପ୍ରେମୀମାନେ ସେତେ ବାହାସ୍ଫୋଟନ ମାରନ୍ତି ନାହିଁ। ଏ ବିଡ଼ମ୍ବନା, କୌଣସି ଦେଶ, କାଳ କିମ୍ବା ପାତ୍ର ମଧ୍ୟରେ ସୀମାବଦ୍ଧ ନୁହେଁ, ସବୁ ଦେଶରେ, ସବୁ କାଳରେ ଏହାର ବହୁ ପୁନରାବୃତ୍ତି ଘଟି ଆସିଅଛି।
ବକ୍ସି ବେଣୁ ଭ୍ରମରବର ଜଗନ୍ନାଥଙ୍କ ଉପରେ ତକୀ ଖାଁର ନୂତନ ଆକ୍ରମଣ ପାଇଁ ଜଗନ୍ନାଥଙ୍କୁ ଗୁହାରି ଜଣାଉଥିବା ବେଳେ ରାମଚନ୍ଦ୍ରଦେଵ ମଧ୍ୟ ପଥରଗଡ଼ର ନିର୍ଜନ ପରିତ୍ୟକ୍ତ ଉଆସରେ

No comments: