ମାତ୍ର ଭିତରୁ କୌଣସି ପ୍ରତ୍ୟୁତ୍ତର ନ ପାଇ ରାମଚନ୍ଦ୍ରଦେଵ ପିଣ୍ଢା ଉପରକୁ ଉଠିଗଲେ।
ଭିତରେ ଗୋଟିଏ ବୁଢ଼ି ଶିଥିଳ କର୍କସ କଣ୍ଠରେ କାହା ଉଦ୍ଦେଶ୍ୟରେ ଅଭିସମ୍ପାତର ସ୍ରୋତ ଛୁଟାଇ ଚାଲିଥିଲା କେଜାଣି ?
ରାମଚନ୍ଦ୍ରଦେଵ ଗୋଟିଏ ଦୀର୍ଘଶ୍ଵାସ ପକାଇ ଅସହାୟ ଭାବରେ ଅନ୍ୟ ଆଡ଼େ ଚାହିଁବା ବେଳକୁ, ମୁହଁ ଉପରେ ଓଢ଼ଣା ଟାଣି, ବାମ ବାହୁରେ ଜଳପୂର୍ଣ୍ଣ ମାଠିଆଟିଏ ଧରି ସ୍ତ୍ରୀଟିଏ ଭିତରକୁ ଯିବା ପାଇଁ ପିଣ୍ଢା ତଳେ ନୀରବ ନିଃସଙ୍କୋଚରେ ଠିଆ ହୋଇଥିଲା। ରାମଚନ୍ଦ୍ରଦେଵ କିନ୍ତୁ ସେତେବେଳେ ସଙ୍କୋଚ କରିବା ଅବସ୍ଥାରେ ନ ଥିଲେ। ସେ ତଳେ ଆଣ୍ଠେଇ ବସି, ମୁଁହ ପାଖରେ ଆଞ୍ଜଳି ପ୍ରସାରିତ ଚିତ୍କାର କରି ଉଠିଲେ, ପାଣି ପାଣି।"
କୁଳବଧୂଟି ରାମଚନ୍ଦ୍ରଦେବଙ୍କ ଅଞ୍ଜଳି ଭିତରେ ମାଠିଆ ମୁହଁ ଢାଳି ଦେଲା। ସେତେବେଳେ ମଧ୍ୟ ଘର ଭିତରୁ ଅଭିସମ୍ପାତର ଚିତ୍କାର, ସେହି ନିଷ୍ଠୁର ମଧ୍ୟାହ୍ନରେ ତଥାପି ବନ୍ଦ ହୋଇ ନଥିଲା।
କୂଳବଧୁଟି ପଚାରିଲା ତୁମେ କିଏ ସେ ? ପାଇକ ନା ଡକାୟତ। ରାମଚନ୍ଦ୍ର ଦୀର୍ଘନିଃଶ୍ୱାସ ପକାଇ କହିଲେ ଖୋର୍ଦ୍ଧା ରାଜାର ପାଇକ ମୁଁ।
ସ୍ତ୍ରୀ ଲୋକଟି କହିଲା, "ରାଜା ପରା ଟିକାଲୀକୁ କେଉଁ ଲଢ଼େଇରେ ଯାଇଛନ୍ତି। ଆଉ ତୁମେ ରାଜାଙ୍କୁ ଛାଡ଼ି ଏ ଅପନ୍ତରାରେ ବୁଲୁଛ କିପରି ? ରାଜା କଣ ହାରିଗଲେ ? ତୁମେ କଣ ରାଜାଙ୍କୁ ଛାଡ଼ି ପଳାଇ ଆସିଚ ?
ସ୍ତ୍ରୀ ଲୋକଟି ପୁଣି ଆଶ୍ୱସ୍ଥ କଣ୍ଠରେ କହିଲେ..,"
ତାହେଲେ ତୁମେ ପାଇକ, ଡକାୟତ ନୁହଁ ?
ହେଲେ ଦିନବେଳେ ଘାଟରୁ ଡଙ୍ଗା ଫିଟାଇବ କିପରି ? ଚିଲିକା କୂଳେ କୂଳେ ରମ୍ଭାନାସୀ ପାଖରୁ ମାଲୁଦ ଫୌଜଦାରର ମଲାଙ୍ଗୀ ଡଙ୍ଗା ସବୁ ପଇଁତରା ମାରୁଛନ୍ତି। ଗଞ୍ଜାଗଡ଼ ରାଜା ପୁଣି ନାଗରା ବଜେଇ କହି ଦେଇ ଯାଇଛି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବ ନାହିଁ।
ରାମଚନ୍ଦ୍ର ଦେବ ଚିନ୍ତାମଗ୍ନ ହୋଇ ପଡ଼ିଲେ, "ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ।"
କ୍ରମଶଃ....
୩.୧୨.୧୮

No comments:
Post a Comment