ସେଦିନ ଦିୱାନଖାସ୍ ରେ ତକୀ ଖାଁଙ୍କ ଦରବାର ଆରମ୍ଭ ହୋଇଛି। ଲାଞ୍ଛନାର ସେହି ଦରବାରରେ ଗୋଟିଏ କୋଣରେ ବସି ରହିଛନ୍ତି ରାମଚନ୍ଦ୍ରଦେଵ ଜଣେ ବଶମ୍ବଦ ଦରବାରୀ ସାଜି। ପ୍ରଥମେ ପ୍ରଥମେ ଏପରି ବସିବା ପାଇଁ ରାମଚନ୍ଦ୍ରଦେବଙ୍କୁ ଅତ୍ୟନ୍ତ ଅସ୍ବସ୍ତିକର ବୋଧ ହେଉଥିଲା।
ନରପଶୁ ତକୀ ଖାଁ ପାଇଁ ନିର୍ବୋଧ ତୋଷାମଦୀ କରିବା ଓ ମୋସାହେବୀରେ ଯୋଗ ଦେବା ଗଜପତି ଐତିହ୍ୟ ସ୍ପର୍ଦ୍ଧିତ ରାମଚନ୍ଦ୍ରଦେଵଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଥିଲା, ତଥାପି ନିରୁପାୟ !
ଖୋର୍ଦ୍ଧା ସେତେବେଳେ ଏହି ନାରାଧମଟିର ମେହେର୍ବାନୀ ଉପରେ ତିଷ୍ଠି ରହିଥିଲା।
ହାୟ ! କ୍ଷମତାର ଦରବାରରେ ଦୈନ୍ୟ ଯେପରି ଐଶ୍ୱର୍ଯ୍ୟ ରୂପେ ବିବେଚିତ ହୁଏ, ଆତ୍ମଗ୍ଳାନି ଯେପରି ଆତ୍ମଶ୍ଳାଘାରେ ପରିଣତ ହୁଏ, ପଦଲେହେନ ଯେପରି ଚରମ ପୌରୁଷରୂପେ ଅନୁମିତ ହୁଏ; ଏହା ଦେଖୁଥିଲେ ରାମଚନ୍ଦ୍ରଦେଵ ସେହି ଦରବାରରେ। ଏଥିରେ ହେଉଥିବା ହାସ୍ୟରୋଳରେ ଯୋଗ ନ ଦେଇ ପାଷାଣମୂର୍ତ୍ତିପରି ସେ ବସି ରହୁଥିଲେ।
କ୍ରମଶଃ...
୧୬.୧୨.୧୮

No comments:
Post a Comment