Thursday, 13 December 2018

*ଆପଣ ଏହାକୁ ନିକା ହେବେ*

ବନ୍ଦୀଶାଳା ସମ୍ମୁଖରେ ବୋର୍ଖାଢଙ୍କା ଗୋଟିଏ ନାରୀ ମୂର୍ତ୍ତି ସେହି ଗୁଳ୍ମାକୀର୍ଣ୍ଣ ବଗିଚାରେ ଆକସ୍ମିକ ଭାବେ ହଠାତ୍ ଆବିର୍ଭୂତ ହୋଇଥିଲା। କାରାଗୃହ ମଧ୍ୟରେ ରାମଚନ୍ଦ୍ରଦେଵ ସାରାଦିନ ସେହି ଦୃଶ୍ୟର ପ୍ରତୀକ୍ଷାରେ ରହୁଥିଲେ। କିଏ ଏହି ରହସ୍ୟମୟୀ ଛାୟାମୂର୍ତ୍ତି ?

ଦୁର୍ଗର ଦ୍ଵିତୀୟ ପ୍ରସ୍ତରେ ଫତେ ଖାଁ ମସ୍ଜିଦରୁ ନମାଜ୍ ଆଜାନରେ ନିସ୍ତରଙ୍ଗ ସନ୍ଧ୍ୟା ଉଦବେଳିତ ହୋଇ ଉଠୁଥିଲା। ତା ପରେ  ସେହି ନାରୀ ମୂର୍ତ୍ତିଟି ଅଦୃଶ୍ୟ ହୋଇ ଯାଉଥିଲା।

କଳା ବୋର୍ଖା ଢଙ୍କା ଗୋଟିଏ ମୂର୍ତ୍ତିର ହାତ ଧରି ଭିତରକୁ ପୁଣି ପଶି ଆସିଲେ ଜବରଦସ୍ତ ଖାଁ ଏବଂ ରାମଚନ୍ଦ୍ରଦେଵଙ୍କୁ କହିଲେ, "ହଜୁର, ନବାଵଜାଦାଙ୍କ ମନ୍ସା, ଆପଣ ଏହାକୁ ନିକା ହେବେ। ଏହା ଦ୍ୱାରା ଖୋର୍ଦ୍ଧା-କଟକ ବିରାଦାରୀ ଏକ ହୋଇଯିବ। ଏ ହେଉଛି ମୁର୍ଶିଦାବାଦ ନବାଵ ସୁଜା ଖାଁଙ୍କ କନ୍ୟା  ଏବଂ ନାଏବ ନାଜିମ ତକୀ ଖାଁଙ୍କ ବହେନ।

କ୍ରମଶଃ....

୧୩.୧୨.୧୮

No comments: