ରିଜିଆ ପରି ତକୀ ଖାଁ ମଧ୍ୟ ଅନ୍ୟ ଏକ ହିନ୍ଦୁ ରମଣୀର ଗର୍ଭଜାତ ସୁଜା ଖାଁଙ୍କର ଜାରଜ ପୁତ୍ର। ମାତ୍ର ତକୀ ଖାଁ ଯେତିକି ପାଷଣ୍ଡ, ରିଜିଆ ସେତିକି କୋମଳ। ତକୀ ଖାଁ ଶୁନୀ ମାନଙ୍କ ଠାରୁ ବଳି ସୁଦ୍ଧା ଆହୁରି ଧର୍ମାନ୍ଧ। ସେଥିପାଇଁ ସୁଜା ଖାଁ ନିଜ ଉତ୍ତରାଧିକାରୀ ଭାବେ ତକୀ ଖାଁକୁ ଓଡ଼ିଶା ସୁବାର ଦାୟିତ୍ୱ ଦେଇଥିଲା। କିନ୍ତୁ ରିଜିଆ ବୈଷ୍ଣବୀ କାଞ୍ଚନର ପ୍ରଭାବରେ ବଢ଼ି ଥିବାରୁ ହିନ୍ଦୁ ଧର୍ମ ପ୍ରତି ତା'ର ଶ୍ରଦ୍ଧା ଥିଲା ଯେତିକି ମାର୍ମିକ, ପ୍ରବୃତ୍ତି ସବୁ ଥିଲା ସେହିପରି କୋମଳ। ଉଭୟଙ୍କ ମଧ୍ୟରେ ଚରିତ୍ରର ଏଇ ମୌଳିକ ପ୍ରଭେଦ ସତ୍ତ୍ୱେ ତକୀ ଖାଁ ପ୍ରାଣରେ ଭଉଣୀ ରିଜିଆ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ଓ ସହାନୁଭୂତି ଥିଲା।
ତକୀ ଖାଁ ରିଜିଆକୁ ପଚାରିଲା - ହାଫିଜ ଭାଇ କେମିତି କଟକ ଆସିବେ ?
ରିଜିଆ - ଏ ଟିଆକୁ ଦେଖିଲେ ସେ ଯେଉଁଠି ଯେଉଁ ଅବସ୍ଥାରେ ଥିବେ ନିଶ୍ଚୟ କଟକ ଫେରି ଆସିବେ। କେହି ଜଣେ ଖୋଜା ଏ ଟିଆ ପଞ୍ଜୁରୀ ଧରି ଖୋର୍ଦ୍ଧା ଯିବା ଦରକାର।
କ୍ରମଶଃ...
୨୪.୧୨.୧୮

No comments:
Post a Comment