ବାରବାଟୀର ଅଷ୍ଟମ ପ୍ରସ୍ତରେ ଥିଲା ସ୍ୱୟଂ ନାଏବ ନାଜିମଙ୍କ ଅନ୍ଦର ମହଲ। ନବମ ପ୍ରସ୍ତର ପ୍ରବେଶ ପଥରେ ଗଡ଼ର ଠିକ ମଧ୍ୟ ସ୍ଥଳୀରେ ଗୋଟିଏ ବିରାଟ ଶଙ୍କୁ ସ୍ତମ୍ଭର ନଭଶ୍ଚୁମ୍ବୀ ଚୂଡ଼ା ଉପରକୁ ଉଠିଥିଲା। ଗଡ଼ରକ୍ଷୀମାନେ ଏହି ଚୂଡ଼ା ଉପରେ ଠିଆ ହେଲେ ଦୂରବିକ୍ଷଣ ଯନ୍ତ୍ରରେ ଶତ୍ରୁମାନଙ୍କ ଗତିବିଧି ଲକ୍ଷ୍ୟକରି ପାରୁଥିଲେ। ମହାନଦୀ ଉତ୍ତର ପଟେ ଶତ୍ରୁ ଦେଖାଦେଲେ ଏହି ସ୍ତମ୍ଭ ଉପରୁ ତାହାର ସ୍ପଷ୍ଟ ସୂଚନା ମିଳୁଥିଲା। ଅନ୍ୟ ପ୍ରସ୍ତ ମାନଙ୍କରେ ଅତିଥିଶାଳା, ଦରବାର, ପ୍ରକୋଷ୍ଠ, ରନ୍ଧନଶାଳା, ଗଡ଼ରକ୍ଷୀ ପୁଣି ଲସ୍କର ବାହିନୀ, ଶସ୍ତ୍ରାଗାର, ହସ୍ତୀ, ଉଷ୍ଟ୍ର ଓ ଅଶ୍ଵଶାଳା ପ୍ରଭୃତି ରହିଥିଲା।
(ସାରା ଦେଶରେ ସବୁ ରାଜବାଟୀ ଦେଖିବା ପାଇଁ ଆମେ ଟିକେଟ କାଟି ପ୍ରବେଶ କରୁଥିବା ବେଳେ, ଥରେ ବି ଚିନ୍ତା କରୁ ନାହୁଁ କୁଆଡ଼େ ଗଲା ଶତାବ୍ଦୀ ଶତାବ୍ଦୀ ଧରି ଦଣ୍ଡାୟମାନ ଥିବା ସେହି ନବ ତଳ ପ୍ରାସାଦ ବିଶିଷ୍ଟ ଆମ ଭବ୍ୟ ବାରବାଟୀ ?)
ମାତ୍ର ନାଏବ ନାଜିମ ଆଗା ଖାଁ ଜମାନ କାଫେର ମାନଙ୍କ ତିଆରି ଛାତ ତଳେ ରହିବ ନାହିଁ ବୋଲି, ଲାଲବାଗ ଠାରେ ନିଜେ ରହିବା ପାଇଁ ଗୋଟିଏ ନୂଆ ଦୁର୍ଗ ନିର୍ମାଣ କରିଥିଲା।
ବାରବାଟୀର ବନ୍ଦୀଶାଳାରେ ରାମଚନ୍ଦ୍ରଦେବଙ୍କୁ ରଖାଯାଇଥିଲା। ଶୁଣାଅଛି, ନାଏବ ନାଜିମ ଖାନ-ଇ-ଦୌରାନ ଅମଳରେ ଏହି କାରାଗାର ମାନଙ୍କରେ ସାତ ଶହ ଓଡ଼ିଆ ଜମିଦାରଙ୍କୁ ହତ୍ୟା କରାଯାଇଥିଲା।
କ୍ରମଶଃ...
୧୨.୧୨.୧୮

No comments:
Post a Comment