Sunday, 13 January 2019

*ସବୁ ଯୋଜନା ଓଲଟପାଲଟ ହୋଇଗଲା*

ତକୀ ଖାଁ ଭାବିଥିଲା ଏକା ଟେଳାକେ ଦୁଇଟା ଚଢ଼େଇ ଶିକାର କରିବ। ରାମଚନ୍ଦ୍ରଦେଵ ଜାତି ହାରିବା ପରେ ଅଠର ଗଡ଼ଜାତର ସାମନ୍ତ ରାଜା ଓ ଓଡ଼ିଶାର ଅନ୍ୟ ଦୁର୍ଗପତି ଜମିଦାର ମାନଙ୍କ ଆନୁଗତ୍ୟ ହରାଇ ଓଡ଼ିଶାର ଜନ ସଧାରଣଙ୍କ ସଦିଚ୍ଛା ଓ ସହାନୁଭୂତି ବଞ୍ଚିତ ହୋଇ ପଡ଼ିବେ। ଖୋର୍ଦ୍ଧାର ରାଜଶକ୍ତିକୁ ଏହା ହୀନ ବଳ କରିଦେବ ଓ ସେ ମୋର ବଚସ୍କର ହୋଇ ରହିବ।

ମାତ୍ର, ଏହି ସମୟରେ ଜଗନ୍ନାଥ ହଠାତ୍ କେଉଁଆଡ଼ୁ ଦିନେ ପତିତପାବନ ହୋଇ ବହାରିପଡ଼ିଲେ କେଜାଣି ?

ତକୀ ଖାଁର ସବୁ ଯୋଜନା ଓଲଟପାଲଟ ହୋଇଗଲା।

ସେ ଜାଣିଲା ଯେ ଅଠର ଗଡ଼ଜାତରେ ରାଜାମାନେ ପୁଣି ଖୋର୍ଦ୍ଧା ରାଜା ପାଖକୁ ଛୁଟିବା ଆରମ୍ଭ କଲେଣି। ଏ ସାଲ ରଥଯାତ୍ରାରେ ସାମିଲ ହେବାପାଇଁ ସେମାନେ ଆଜିଠାରୁ ସଜ ହେଉଛନ୍ତି।

କ୍ରମଶଃ...

୧୩.୧.୧୯

No comments: