ରିଜିଆ ତକୀ ଖାଁକୁ କହୁଥାଏ -
ଜହାଁପନା, ହାଜୀ ପୀରକୁ ଯିବାର ବ୍ୟବସ୍ଥା କରିଦିଅନ୍ତୁ।
ତକୀ ଖାଁ - ବିଲକୁଲ, ବିଲକୁଲ।
ସେହି ସମୟରେ ଅମିନଚାନ୍ଦ ପୁରୀ ଅଭିମୁଖେ ଘୋଡ଼ା ଛୁଟାଇବା ବେଳେ ଦେଖିଲା, ସହରର ପ୍ରଧାନ ରାସ୍ତାରେ ପିମ୍ପୁଡ଼ି ଧାର ପରି ଦଳ ଦଳ ଯାତ୍ରୀ ପୁରୀ ଆଡ଼କୁ ଚାଲିଛନ୍ତି। ବିଭିନ୍ନ ପ୍ରାନ୍ତରୁ ବହୁ ବିଚିତ୍ର ଯାତ୍ରୀଙ୍କ ବିଚିତ୍ର ପରିଧାନ, ବିଚିତ୍ର ଭାଷା ଓ ବିଚିତ୍ର ଯାନରେ ସପ୍ତରଙ୍ଗି ସ୍ରୋତ ରାସ୍ତାରେ ବହି ଚାଲିଥିଲା। ସବୁରାସ୍ତା ଗୋଟିଏ ଆଡ଼େ ମୁହାଁଇ ଥିଲା, ତାହା ପୁରୁଷୋତ୍ତମ ବଡ଼ଦାଣ୍ତ। ନୀଳଗିରି ଉପରେ ସୁଦର୍ଶନ ଚକ୍ର ଲାଂଛିତ ଚୂଡ଼ାକୁ ଦୂରରୁ ପ୍ରଣତି ଜଣାଇବା ପାଇଁ ସବୁ ଆଖି ତୃଷାର୍ତ୍ତ। ମାତ୍ର ସେଥିପାଇଁ ତଥାପି ବିଳମ୍ବ ଥିଲା। କେବଳ ଜଗନ୍ନାଥ ସଡ଼କ ଧୂଳିରେ ଗଡ଼ିବା ପାଇଁ ଏବେ ସବୁ ଦେହ ବ୍ୟାକୁଳ। ଦୁସ୍ତର ପଥର ଅରଣ୍ୟ, ପର୍ବତ, ଡକାୟତି, ଜିଜିଆ, ଇଜରାଦର ମାନଙ୍କ ଜୁଲୁୁମ, ଲୁଣ୍ଠନ, କ୍ଲାନ୍ତି, କ୍ଷୁଧା ଓ ମୃତ୍ୟୁ ପ୍ରଭୃତି ସବୁ ବିପଦକୁ ପଦେ ପଦେ ଠେଲି ଆଗେଇ ଯିବ ଅପରାଜେୟ ମଣିଷ ଆତ୍ମାର ଅପ୍ରତିରୋଧ ଜୈତ୍ର ଯାତ୍ରା..
କ୍ରମଶଃ...
୧୬.୧.୧୯

No comments:
Post a Comment