Tuesday, 8 January 2019

*ଜଗନ୍ନାଥ ପୁଣି ପତିତପାବନ ହେଲେ*

ଜନରବ ସହସ୍ରତୁଣ୍ଡ ଓ ଧୂଳିଆ ଯାତ୍ରୀ ଗୁମାସ୍ତା ମାନଙ୍କର ପଲ୍ଲବିତ ପ୍ରଚାରରେ ସେଇ ଆଚମ୍ବିତ କଥାଟି, ଦେଶର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା ଯେ ଜଗନ୍ନାଥେ ଆଉ ବଡ଼ ଦେଉଳରେ ନାହାନ୍ତି।

କିନ୍ତୁ ଏବେ ତ ମୋଗଲଗୋଳ ଗଲାଣି। ଖୋର୍ଦ୍ଧା ରାଜା ଆଉ ନବାବଙ୍କ ମଧ୍ୟରେ ପ୍ରୀତି ହେଲାଣି। ରାମଚନ୍ଦ୍ରଦେଵଙ୍କର ନଅ ଅଙ୍କ ମେଷ ମାସ ଚାଲିଛି।

ମନ୍ଦିରରେ ମେକାପ କହୁଛନ୍ତି, ଜଗନ୍ନାଥେ ଦେଉଳ ଛାଡ଼ି ଯିବେ କାହିଁକି ହୋ ? ସେ ତ ପତିତ ପାବନ ହୋଇ ଗୁମୁଟରେ ବସିଛନ୍ତି।

କ'ଣ ହେଲା ? ଜଗନ୍ନାଥେ ପୁଣି ପତିତ ?

ବହୁ କଣ୍ଠ ଏକ ସଙ୍ଗରେ ପଚାରି ଉଠିଲା

ଜଗନ୍ନାଥେ ପୁଣି ପତିତ ପାବନ ହେଲେ କ'ଣ ମ ?

ମେକାପ କହିଲେ - "ପରମେଶ୍ୱର ସାନ ପରିଚ୍ଛା
ବିଷ୍ଣୁ ମହାପାତ୍ରଙ୍କୁ ଦିନେ ସ୍ବପ୍ନରେ କହିଲେ "ମୋ ଭକତ ଖୋର୍ଦ୍ଧା ରାଜା ଯବନ ହେଲା ଦିନୁ ଯଦି ମୋ ରତ୍ନ ସିଂହାସନ ତଳକୁ ଆସି ନ ପାରିଲା, ତାହେଲେ ମୁଁ ମଧ୍ୟ ଆଉ ଏ ରତ୍ନ ସିଂହାସନ ଉପରେ ବସି ପାରିବି ନାହିଁ। ରାଜା ଯେଉଁପରି ଥାନରୁ ମୋତେ ସବୁଦିନେ ଦେଖି ପାରିବେ, ମୁଁ ସେଇପରି ଥାନକୁ ଉଠିଯିବି।"

କ୍ରମଶଃ...

୮.୧.୧୯

No comments: