Monday, 14 January 2019

*ଘଟଣାର ସତ୍ୟତା ନେଇ ପରୀକ୍ଷା ନିରୀକ୍ଷା*

ଦରବାରରେ ହାଫିଜ କାଦର ବିଷୟରେ ହେଉଥିବା ଚର୍ଚ୍ଚାରେ ଛେରାପହଁରା ଶବ୍ଦଟିକୁ ତକୀ ଖାଁ ବୁଝିପାରିଲା ନାହିଁ। ସେ ପଚାରିଲା କଣ ଏଇଟା ଧାଙ୍ଗଡ଼ ମେନ୍ଥର କି ?

କେରାମତ ଅଲ୍ଲୀ ଖାଁ  ଦାଢ଼ି ସାଉଁଳି ଉତ୍ତର ଦେଲା - "ନୁହେଁ ତ ଆଉ କଣ ହଜୁର ?

ଅମିନଚାନ୍ଦ - ଏଥିପାଇଁ ପଣ୍ଡିତମାନେ ଅନୁମତି ଦେଲେ କିପରି ?

କେରାମତ ଅଲ୍ଲୀ - କାଫେର(ହିନ୍ଦୁ)ମାନଙ୍କୁ ମୌଲବୀ(ପଣ୍ଡିତ)ମାନେ ମୁକ୍ତିମଣ୍ଡପ ସଭାରେ ବସି ଇନ୍ସାଫ ଦେଇଛନ୍ତି ଯେ ଖୋଦ ଜଗନ୍ନାଥ ପତିତପାବନ ବନି ଖୋର୍ଦ୍ଧାର ବାଦସା, ହାଫିଜ କାଦର ଉପରେ ମେହେରବାନି କରିଥିବା ବେଳେ ରଥଯାତ୍ରାରେ ସେବା କରିବା ପାଇଁ ତାଙ୍କୁ ଇନ୍ କାର କରାଯାଇପାରିବ ନାହିଁ। ପୁଣି ରଥ ଉପରେ କାଫେର(ହିନ୍ଦୁ)ମାନଙ୍କର ଦେବତାକୁ ମେନ୍ଥର, ଧାଡ଼ଙ୍ଗ ଯିଏ ଇଚ୍ଛା ସିଏ ଛୁଇଁଲେ ବି ମନା ନାହିଁ। ତା' ହେଲେ ଖୋର୍ଦ୍ଧାର ବାଦସା ରଥ ଉପରେ ଜଗନ୍ନାଥଙ୍କୁ ଛୁଇଁଲେ ଦୋଷ କେଉଁଠି ?

ତକୀ ଖାଁ - କିନ୍ତୁ ଏହା ଗୁଜବ ନୁହେଁ ତ ?

କ୍ରମଶଃ...

୧୪.୧.୧୯

No comments: