Wednesday, 2 January 2019

*ବିଶ୍ୱାସଘାତକ ବକ୍ସି*

ବହୁ ପୂର୍ବରୁ ବକ୍ସି ବେଣୁ ଭ୍ରମରବର ପାଇକମାନଙ୍କୁ ସାଙ୍ଗରେ ଧରି ଶିଶୁପାଳଗଡ଼ ଛାଡ଼ି ପଳାଇଥିଲେ।

ବିଶୋୟୀ ରାମଚନ୍ଦ୍ରଦେଵଙ୍କୁ କହିଲେ - ଧଉଳୀ ଗଡ଼ ଗଲା ଜାଣନ୍ତୁ। ତା' ପରେ ରଥୀପୁର ଡେଇଁଲେ ଖୋର୍ଦ୍ଧା ବା ଆଉ କେତେ ବାଟ ?

ରାମଚନ୍ଦ୍ରଦେବ - ତକୀ ଖାଁ ଖୋର୍ଦ୍ଧା ଅକ୍ତିଆର କରି ପିପିଲି ବାଟେ ମାଡ଼ିବ ପୁରୀ।
ତେବେ ଏଠି ଅପେକ୍ଷା କରି କିଛି ଲାଭ ନାହିଁ। ଚାଲ ଖୋର୍ଦ୍ଧା, ସେଠି ଯାହା ହେବାର ହେବ।

ଖୋର୍ଦ୍ଧା ବାଟରେ ଧଉଳୀ ଗଡ଼ର ଅବସ୍ଥିତି ହେତୁ ଏହାର ଏକ ସାମରିକ ଗୁରୁତ୍ୱ ରହିଥିଲା। ଖୋର୍ଦ୍ଧାରେ ଭୋଇ ରାମଚନ୍ଦ୍ରଦେଵଙ୍କ ରାଜତ୍ୱ ଆରମ୍ଭରେ ଖୋର୍ଦ୍ଧାକୁ ବେଷ୍ଟନ କରି ଯେଉଁ ଦୁର୍ଗମାନ ନିର୍ମିତ ହୋଇଥିଲା ଧଉଳୀ ଗଡ଼ ସେଥିମଧ୍ୟରୁ ଅନ୍ୟତମ ଥିଲା। ସେଥିପାଇଁ ଏହାର ସ୍ଥାପତ୍ୟରେ କୌଣସି ଉଲ୍ଲେଖଯୋଗ୍ୟ ବିଶେଷତ୍ୱ ନଥିଲା। ପୋଡ଼ା ଇଟାରେ ସମଗ୍ର ଦୁର୍ଗଟି ନିର୍ମିତ ହୋଇଥିଲା। ପାଞ୍ଚଶହ ଅଶୁଆର ଓ ଦୁଇ ହଜାର ଲସ୍କର ଏହି ଗଡ଼ରେ ବରାବର ରହୁଥିଲେ। ଗଡ଼ ଜଗିଆ ବା ଦୁର୍ଗପାଳ ଥିଲେ ନବଘନ ସାମନ୍ତରାୟ। ବକ୍ସିଙ୍କ ମତାଣରେ ନବଘନଙ୍କ ସମେତ ଗଡ଼ର ପାଇକମାନେ ଶିଶୁପାଳଗଡ଼ ପରି ଏଇ ଗଡ଼ଟିକୁ ମଧ୍ଯ ଛାଡ଼ି ପଳାଇଥିଲେ।

ବକ୍ସି ଯେତେବେଳେ ଜାଣିଲେ ରାଜା ଭିତରଗଡ଼ ଛାଡ଼ି ପଳାଇଛନ୍ତି ସେ କହିଲେ, "ଏଇ ତ ସୁବର୍ଣ୍ଣ ସୁଯୋଗ। ଖୋର୍ଦ୍ଧା ସିଂହାସନ ଖାଲି ପଡ଼ିଛି। ଏଇ ମୌକାରେ ଆମେ ଯଦି ଖୋର୍ଦ୍ଧା ସିଂହାସନ ଅଧିକାର କରି ବସିଯିବା ତାହେଲେ ତକୀ ଖାଁ ଯେତେବେଳେ ଖୋର୍ଦ୍ଧାରେ ପହଞ୍ଚିବ, ଆମେ ତା ସହ ସନ୍ଧି କରି ଖୋର୍ଦ୍ଧା ଅକ୍ତିଆର କରିନେବା। ରାଜା ତକୀ ଖାଁର ହାଣ ମୁହଁରେ ନ ଗଲେ ଚିରଦିନ ପାଇଁ ଖୋର୍ଦ୍ଧା ଗାଦିରୁ ଯିବେ।"

କ୍ରମଶଃ...

୨.୧.୧୯

No comments: