ଶିୱାନବିସ ଓଡ଼ିଶା ସୁବାର କୋଣେ ଅନୁକୋଣେ ଘଟୁଥିବା ଜୀରାଠୁ ଶିରା ପର୍ଯ୍ୟନ୍ତ ସବୁ ଘଟଣାର ସମ୍ବାଦ ରଖିଥାଏ। ସେ ଏ ଘଟଣା ସତ୍ୟ ବୋଲି ତକୀ ଖାଁ କୁ କହିଲା।
ତକୀ ଖାଁ - ତେବେ ରଥଯାତ୍ରାରେ କୌଣସି ଗଣ୍ଡଗୋଳ ନ କରି ରଥ ବଢ଼ିବା ପରେ ଅମିନଚାନ୍ଦ ପୁରୀର ନବାଵ ହେବ। ପୁରୀ ମନ୍ଦିର ଆଉ ଖୋର୍ଦ୍ଧାର ହୁକୁମତରେ ରହିବ ନାହିଁ।
ଉଜୀର ଖାଁ - ଅମିନଚାନ୍ଦକୁ ଖୋର୍ଦ୍ଧାରାଜା ମାନିବ କାହିଁକି ?
ତକୀ ଖାଁ - ନ ମାନିଲେ ଖୋର୍ଦ୍ଧା ଉପରେ ଆକ୍ରମଣ ହେବ।
ଉଜୀର - ପୁରୀ ପଣ୍ଡା ସେବକମାନେ ଅମିନକୁ
ମାନିବେ କାହିଁକି ?
ତକୀ ଖାଁ - ନ ମାନିଲେ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯିବ।
ଉଜୀର - ସେଠାରେ ଏକ ମସଜିଦ ତିଆରି ହୋଇପାରିଲେ ଭଲ। କିନ୍ତୁ ସେଠାରୁ ନଅ ଲକ୍ଷ ଟଙ୍କା ଖଜଣା ଆସୁଛି, ତାହା ବନ୍ଦ ହୋଇଗଲେ ତ ମୁସ୍କିଲ କଥା।
ତକୀ ଖାଁ - ଜଗନ୍ନାଥର ଯେତେ ହୀରା ଜହରତ ଅଛି ସେ ସବୁ ଆମ ହାତକୁ ଆସିଲେ ସେଥିରେ ତ ଦିଲ୍ଲୀ ସହାହାହାନାବାଦ ଖର୍ଦ୍ଦି କରାଯାଇ ପାରିବ।
ଲାଲବାଗରେ ଏ ସବୁ ମନ୍ତ୍ରଣା ଶେଷ ହେବା ପରେ ଅମିନଚାନ୍ଦ ଉଜୀର, ଶିୱାନବିସଙ୍କୁ ଲାଲବାଗ କିଲାରେ ଛାଡ଼ି ଚିନ୍ତାପୂର୍ଣ୍ଣ ଭାବରେ ଘୋଡ଼ା ପିଠିରେ ବସି ରାଜ ପଥରେ ଫେରିବା ବେଳେ ତା କପାଳରେ ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠିଥିଲା। ଜଗନ୍ନାଥ ମନ୍ଦିର ତା ହାତ ମୁଠାକୁ ଆସିବ, ସେଥିପାଇଁ ସେ ଯେତିକି ଉତ୍ଫୁଲ୍ଲିତ ହେଉଥିଲା, ଆଶଙ୍କା ଓ ଦ୍ବିଧାରେ ମଧ୍ୟ ସେତିକି ଆନ୍ଦୋଳିତ ହେଉଥିଲା।
କ୍ରମଶଃ...
୧୫.୧.୧୯

No comments:
Post a Comment