Thursday, 3 January 2019

*ଯେ ପାଞ୍ଚେ ପରର ମନ୍ଦ*

ଖୋର୍ଦ୍ଧା ଅଧିକାର କରିବା ପାଇଁ କୃଷ୍ଣ ନରୀନ୍ଦ୍ର, ନବଘନ ସାମନ୍ତରାୟ ଓ ବକ୍ସି ଭ୍ରମରବର ବୀର ଦର୍ପରେ ଆଗେଇ ଚାଲିଲେ। ଖୋର୍ଦ୍ଧା ଭିତର ଗଡ଼ରେ ସେମାନେ ପହଞ୍ଚିବା ବେଳକୁ ଗଡ଼ ସମ୍ପୂର୍ଣ୍ଣ ପରିତ୍ୟକ୍ତ ଦିଶୁଥିଲା।

ତକୀ ଖାଁ ସେତେବେଳକୁ ଧଉଳୀ ଗଡ଼ ଅଧିକାର କରିସାରି ରଥୀପୁର ଗଡ଼ରେ ଡେରା ପକାଇ ବସିଥିଲା। ଖୋର୍ଦ୍ଧା ଦାଣ୍ଡରେ ଜନ ମାନବର ଚିହ୍ନ ନ ଥିଲା। ମୋଗଲଗୋଳ ଭୟରେ ଲୋକେ ଖଣ୍ଡପଡ଼ା, ନୂଆଗଡ଼ ଓ ରଣପୁରର ଅରଣ୍ୟମାନଙ୍କୁ ପଳାଇ ସାରିଥିଲେ।

ବକ୍ସି ଭ୍ରମରବର ପ୍ରମୁଖ ଗଡ଼ ଜୟ କରିବା ପରି ବୀର ବିକ୍ରମରେ ଭିତର ଗଡ଼ ସିଂହଦ୍ଵାର ପାଖରେ ଘୋଡ଼ା ପିଠିରୁ ଓହ୍ଲାଇ ପଡ଼ି ସିଂହଦ୍ୱାରର କଂସା କବାଟକୁ ଏପରି ଗୋଟେ ଆଘାତ ଦେଲେ ଯେ ତାହା ଭିତରୁ ଖୋଲିଗଲା।

ବକ୍ସି କୁହାଟ ଛାଡ଼ି ଭିତରକୁ ପଶିବା ମାତ୍ରେ ରାମଚନ୍ଦ୍ରଦେଵ କେଉଁ ନେପଥ୍ୟରୁ କ୍ଷୁଧିତ ବ୍ୟାଘ୍ର ପରି ବକ୍ସିଙ୍କ ଉପରକୁ ଲମ୍ଫ ଦେଇ କୁହାଟି ଉଠିଲେ -

"ଅମୁହାଁ ଗମ୍ଭୀରାରେ ଏ ବିଶ୍ୱାସଘାତକ ଦଳଙ୍କୁ ବନ୍ଦୀ କର।"

ରାମଚନ୍ଦ୍ରଦେଵଙ୍କ ପାଇକମାନେ ପିମ୍ପୁଡ଼ି ପରି ବକ୍ସି ପ୍ରମୁଖଙ୍କୁ ଘେରି ବନ୍ଦୀ କରିପକାଇଲେ।

କ୍ରମଶଃ...

୩.୧.୧୯

No comments: