Saturday, 5 January 2019

*ମାତ୍ର ହାଫିଜ କାଦରର ପତ୍ତା ମିଳୁ ନ ଥିଲା*

ଗଡ଼ର ଅଟ୍ଟାଳିକା ମାନଙ୍କରେ ରହିବା ପାଇଁ ସ୍ଥାନର ଅଭାବ ନ ଥିଲା; ମାତ୍ର କାଫେର(ହିନ୍ଦୁ) ମାନଙ୍କ ଦ୍ୱାରା ନିର୍ମିତ ଇମାରତର ଛାଇ ତଳେ କୌଣସି ଖାଣ୍ଟି ମୁସଲମାନ ରହିବା କୁଆଡ଼େ ନିଷିଦ୍ଧ। ସେଥିପାଇଁ ଗଡ଼ ଭିତରେ ଗୋଟିଏ ପଡ଼ିଆ ଉପରେ ଛାଉଣୀ ପକାଇ ତକୀ ଖାଁ ଦରବାର ଜମାଇ ବସି ରହିଥିଲା।

ଏହି ସମୟରେ ଗୁପ୍ତଚର ଖବର ଦେଲା - ଖୋର୍ଦ୍ଧାର ଭିତରଗଡ଼ ଜନ ଶୂନ୍ୟ, ସେଠି ବି କାଉ ଉଡୁଛି। ତେଣୁ ତକୀ ଖାଁ ଚିନ୍ତା କଲା, ଆଉ କାହିଁକି ପଥଶ୍ରମ କରି ଖୋର୍ଦ୍ଧା ଯିବି ?
ତା ଅପେକ୍ଷା ହାଫିଜ କାଦରକୁ ମୃତ ବା ଜୀବିତ ଧରି ଆଣିବା ପାଇଁ ଲସ୍କର ଓ ଫୌଜଦାର ମାନଙ୍କୁ ବିଭିନ୍ନ ଆଡ଼େ ପଠାଇ ଦେବା ପାଇଁ ସେ ଆଦେଶ ଦେଇଦେଲା। ମାତ୍ର, ହାଫିଜ କାଦରର ଅତ୍ତା ପତ୍ତା ମିଳୁ ନ ଥିଲା।

ଗ୍ରାମ ପରେ ଗ୍ରାମ ଜନ ଶୁନ୍ୟ, ଦୁର୍ଗ ପରେ ଦୁର୍ଗ ପରିତ୍ୟକ୍ତ। ନିଶୁତି ରାତିରେ ଭୁଆଁ ବୁଲିବା ପରି ବିଭିନ୍ନ ଆଡୁ ଲସ୍କର ଓ ଫୌଜମାନେ ବୁଲି ବୁଲି ଖାଲି ହାତରେ ଗଡ଼କୁ ଫେରି ଆସିଲେ।

କ୍ରମଶଃ...

୫.୧.୧୯

No comments: