ବ୍ୟାସକବି ଫକୀରମୋହନ ତାଙ୍କ 'ଲଛମା' ଉପନ୍ୟାସରେ ବର୍ଗୀ ଯୁଦ୍ଧର ବର୍ଣ୍ଣନା କରିଛନ୍ତି। ଏହି ସମୟରେ ହିନ୍ଦୁ ମାନଙ୍କୁ ଧର୍ମାନ୍ତରିତ କରିବା ଓ ମନ୍ଦିର ଭାଙ୍ଗିବା ଆରମ୍ଭ ହୋଇଯାଇ ଥିଲା। ଏହି ସମୟରେ ଗଜପତି ରାମଚନ୍ଦ୍ର ଦେବଙ୍କୁ ମୁସଲମାନ କରାଯାଇଥିଲା। ତାଙ୍କ ନାଁ ରଖାଯାଇଥିଲା ହାଫିଜ କାଦର। କିନ୍ତୁ ତାଙ୍କର ପ୍ରଧାନ ମନ୍ତ୍ରୀ ପରଲକ୍ଷ୍ମୀ ରାଜଗୁରୁ ତାଙ୍କୁ ପୁଣି ହିନ୍ଦୁ ଧର୍ମକୁ ଫେରେଇ ଆଣିଲେ। ଜଗନ୍ନାଥଙ୍କୁ ପତିତପାବନ କରି ବହୁତ ଧର୍ମାନ୍ତରିତ ହିନ୍ଦୁଙ୍କୁ ପୁଣି ହିନ୍ଦୁ କରାଇଲେ। ଏଇ ସମୟର ସଂଘର୍ଷର କାହାଣୀ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ 'ନୀଳଶୈଳ' ରେ ବିସ୍ତୃତ ଭାବେ ବର୍ଣ୍ଣିତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଦୀନକୃଷ୍ଣ ଦାସ, କବି ଯଦୁମଣି ଆଦି ରୀତିଯୁଗର ସାହିତ୍ୟିକଗଣ ଜନ୍ମଭୂମିର ଵର୍ଣ୍ଣନା ଵିସ୍ତୃତ ଭାବେ କରିଛନ୍ତି।
କ୍ରମଶଃ...
୧୦.୭.୧୮

No comments:
Post a Comment