ତାଙ୍କ ପରେ ପୁରୁଷୋତ୍ତମ ଦେବ ଗଜପତି ହେଲେ। ତାଙ୍କୁ ଦାକ୍ଷିଣାତ୍ୟର ଶାଲ୍ୟ ନରସିଂହ କନ୍ୟା ଦାନ କରିବାକୁ ମନା କରିଦେଲେ। କାରଣ ଗଜପତିମାନେ ଶ୍ରୀ ଜଗନ୍ନାଥଙ୍କ ଆଗରେ ଝାଡୁ କରିବାର ପରମ୍ପରା ଥିଲା। ଏଥିପାଇଁ ପୁରୁଷୋତ୍ତମ ଦେବ ଶାଲ୍ୟ ନରସିଂହ ସହିତ ଯୁଦ୍ଧ କଲେ ଓ ତାଙ୍କୁ ପରାସ୍ତ କରି ତାଙ୍କ କନ୍ୟାକୁ ଏକ ଝାଡୁଦାର ସହ ବିବାହ କରିବା ପାଇଁ ନିଜ ମନ୍ତ୍ରୀଙ୍କୁ ଆଦେଶ ଦେଲେ। ପରବର୍ଷ ଯେତେବେଳେ ଗଜପତି ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କ ଆଗରେ ଝାଡୁ କଲେ, ମନ୍ତ୍ରୀ ତାଙ୍କୁ କହିଲେ ମୋତେ ଆପଣଙ୍କଠାରୁ ଭଲ ଝାଡୁଦାର ଆଉ କେଉଁଠି ମିଳିଲେ ନାହିଁ। ଏଥିପାଇଁ ଆପଣ ରାଜକନ୍ୟା ପଦ୍ମାବତୀଙ୍କୁ ବିବାହ କରନ୍ତୁ। ପୁରୁଷୋତ୍ତମ ଦେବ ପଦ୍ମାବତୀଙ୍କୁ ବିବାହ କଲେ। ଦକ୍ଷିଣ ରାଜ୍ୟ ସହ ତାଙ୍କର ସମ୍ବନ୍ଧ ଭଲ ହୋଇଗଲା। ଏଇ କାହାଣୀର ଵର୍ଣ୍ଣନା 'ପୁରୁଷୋତ୍ତମ ନାଟକ', କାଞ୍ଚି ବିଜୟ' 'କାଞ୍ଚି କାବେରୀ' ଓ ତାମିଲ କାବ୍ୟ 'କଳିଙ୍ଗ ତୁରୁପାଣି' ରେ କରାଯାଇଛି।
କ୍ରମଶଃ...
୮. ୭. ୧୮

No comments:
Post a Comment