Wednesday, 11 July 2018

*ବୀରତ୍ବର ଭାବନା - ୮*

ତା'ପରେ ଆସିଲେ ଇଂରେଜ। ଓଡ଼ିଶା ସାରା ସର୍ବତ୍ର ତାଙ୍କ ବିରୋଧରେ ସଂଘର୍ଷ ହୋଇଛି। ୧୭୫୩ ରୁ ୧୭୫୭ ପର୍ଯ୍ୟନ୍ତ ଫରାସୀ ମାନଙ୍କ ବିରୋଧରେ ଘୁମୁସର ବିପ୍ଳବ,  ୧୭୬୮ ରେ ପାରଳାଖେମୁଣ୍ଡିରେ ମାଡ୍ରାସ ପ୍ରେସିଡେନ୍ସି ବିରୋଧରେ ଲଢ଼େଇ,  ୧୭୬୯ ରେ ଖଲ୍ଲିକୋଟ, ୧୭୮୧ ରେ ମୟୁରଭଞ୍ଜ, ୧୮୦୧ ରେ ପାରଳାଖେମୁଣ୍ଡି ଠାରୁ ଆରମ୍ଭ କରି ବଡ଼ ଖେମୁଣ୍ଡି, ଶେରଗଡ଼ ତଥା ଘୁମୁସର ଅଞ୍ଚଳରେ ମିଳିତ ବିଦ୍ରୋହ ଇଂରେଜ ଶାସନର ମୂଳଦୁଆକୁ ହଲାଇ ଦେଇଥିଲା। ୧୮୦୩ ରେ ବାରବାଟୀ ଦୁର୍ଗର ପତନ ପରେ ମଧ୍ୟ ଘୁମୁସରର କନ୍ଧମେଳିର ପ୍ରୋତ୍ସାହନରେ ଖୋର୍ଦ୍ଧାର ପାଇକମାନେ ୧୮୧୭ ପର୍ଯ୍ୟନ୍ତ ଇଂରେଜ ବିରୋଧରେ ଲଢ଼େଇ କରିଥିଲେ।, ୧୮୦୪ ରେ ପୁରୀ ଓ ୧୮୧୦ ରେ ଖୋର୍ଦ୍ଧାରେ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଗଜପତିଙ୍କୁ ଇଂରେଜ ବନ୍ଦୀ କଲେ। ତାଙ୍କୁ ଯେତେବେଳେ ଦଣ୍ଡ ଦେବାର ବିଚାର ହେଲା ତାଙ୍କ ପ୍ରଧାନ ମନ୍ତ୍ରୀ ଜୟୀ ରାଜଗୁରୁ ସମ୍ପୂର୍ଣ୍ଣ ଦୋଷ ନିଜ ଉପରକୁ ନେଇଗଲେ। ଇଂରେଜଙ୍କୁ ଦେଶ ଛାଡ଼ିବା ପାଇଁ ଯୁକ୍ତି କଲେ। କିନ୍ତୁ ସାମ୍ରାଜ୍ୟବାଦୀ ଇଂରେଜ ତାଙ୍କର କୌଣସି ଯୁକ୍ତି ପ୍ରତି କର୍ଣ୍ଣପାତ ନ କରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ। ପ୍ରତି ଓଡ଼ିଆ ଭିତରେ ଭୟ ତିଆରି କରିବା ପାଇଁ ବରଗଛ ଡାଳରେ କି ପ୍ରକାର ତାଙ୍କୁ ମୃତ୍ୟୁ ଦିଆ ଯାଇଥିଲା ତାର ବର୍ଣ୍ଣନା କଲେ ଏବେ ବି ପ୍ରତି ଓଡ଼ିଆ ସ୍ତବ୍ଧ ହୋଇଯିବ। ଇଂରେଜ ସହ ଲଢ଼ି ସେ ପ୍ରଥମେ ଶହୀଦ ହେଲେ।

କ୍ରମଶଃ...

୧୧. ୭. ୧୮

No comments: