ଉନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବିଂଶ ଶତାବ୍ଦୀର ମଧ୍ୟ ପର୍ଯ୍ୟନ୍ତ ଭାରତରେ ଇଂରେଜ ବିରୋଧରେ ପ୍ରବଳ ସଂଘର୍ଷ ହେଲା। ଲକ୍ଷ ଲକ୍ଷ ଦେଶଭକ୍ତ ଏଥିପାଇଁ ପ୍ରାଣକୁ ବାଜି ଲଗାଇ ଦେଇଥିଲେ। ଦେଶଭକ୍ତ ସାହିତ୍ୟିକଗଣ ମଧ୍ୟ ଏମାନଙ୍କ ସହିତ ଥିଲେ। ଯୁବକମାନଙ୍କୁ ଦେଶପାଇଁ ପ୍ରାଣ ବିସର୍ଜନ କରିବାର ପ୍ରେରଣା ଦେଉଥିବା ଗୀତ ଏଇ ସାହିତ୍ୟିକମାନେ ଲେଖିଲେ। "ଝାଂସ କୀ ରାନୀ", "ବନ୍ଦେ ମାତରମ", "ଝଣ୍ଡା ଉଞ୍ଚା ରହେ ହମାରା", "ଫୁଲ କୀ ଅଭିଳାଷା", "ଉଠ କଙ୍କାଳ", "କାରା କବିତା" ଆଦି ଏହିପରି କବିତା ଥିଲା।
ଆଉ କିଛି ବର୍ଷ ପଛକୁ ଗଲେ ଆମେ ପାଇବା ଗୁରୁଗୋବିନ୍ଦ ସିଂହଙ୍କ କବିତା "ଚିଡ଼ିଓଁ ସେ ମେ ବାଜ ଲଡ଼ାଉଁ, ତଵ ଗୁରୁଗବିନ୍ଦ ସିଂହ ନାମ କହାଉଁ" - ସେତେବେଳେ ଶିଖ ବୀରମାନଙ୍କ ପାଇଁ ମୋଗଲ ସେନା ବିରୋଧରେ ପ୍ରାଣକୁ ବାଜି ଲଗାଇ ଲଢ଼ିବାର ମନ୍ତ୍ର ଥିଲା। ସେହିପରି ଇଂରେଜଙ୍କ ବିରୋଧରେ ଲଢ଼ୁଥିବା ହଜାର ହଜାର କ୍ରାନ୍ତିକାରୀ "ସରଫରୋଶୀ କୀ ତମନ୍ନା ଅଵ ହମାରେ ଦିଲ ମେ ହେ, ଦେଖନା ହେ ଜୋର କିତନା ବାଜୁୟେ କାତିଲ ମେ ହେ" ଗୀତ ଗାଇ ଗାଇ ଫାଶୀ ଖୁଣ୍ଟରେ ଝୁଲିଗଲେ।
୧୯. ୭. ୧୮

No comments:
Post a Comment