୧୮୧୦ ରେ ପାଇକ ବିଦ୍ରୋହ ଆରମ୍ଭ ହେଲା। ଓଡ଼ିଶା କିଛି ଦିନ ପାଇଁ ସ୍ୱାଧୀନ ହୋଇଗଲା। କିନ୍ତୁ ଅସହଯୋଗ କାରଣରୁ ଏଇ ବିଦ୍ରୋହ ବିଫଳ ହେଲା। ଇଂରେଜ ନିର୍ମମ ହୋଇ ଫାସୀ ଓ ଦୀପାନ୍ତର ଦଣ୍ଡ ଦେଉଥିଲା। ୧୮୨୦ ରୁ ୧୮୩୦ ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୁରଭଞ୍ଜର ରତନା ନାୟକ, ୧୮୬୦ ରୁ ୧୮୯୦ ପର୍ଯ୍ୟନ୍ତ ଧରଣୀଧର ଭୂୟାଁଙ୍କ ବିଦ୍ରୋହ ଏବଂ କେଉଁଝରକୁ ସ୍ୱାଧୀନ ଘୋଷଣା କରିବା, ସେପଟେ ୧୮୪୦ରୁ ୧୮୬୦ ପର୍ଯ୍ୟନ୍ତ ସମ୍ବଲପୁର ଓ ସୁନ୍ଦରଗଡର ବନବାସୀ ଅଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଆତଙ୍କ ସୃଷ୍ଟି କରି ଇଂରେଜ ସରକାରଙ୍କୁ ସର୍ତ୍ତ ପାଇଁ ବାଧ୍ୟ କରିଥିଲେ। ହଜାରୀବାଗ୍ ଜେଲରେ ତାଙ୍କର ମୃତ୍ୟୁ ହେଲା।
୧୮୧୮ ରୁ ୧୮୩୫ ପର୍ଯ୍ୟନ୍ତ ଗଞ୍ଜାମ ଓ ଫୁଲବାଣୀରେ ଚକରା ବିଶୋଇ, ଦୋରା ବିଶୋଇ ଓ ନବଘନ କହଁର ଆଦିଙ୍କ ଆନ୍ଦୋଳନ ଇଂରେଜ ସରକାରଙ୍କୁ
ଚିନ୍ତିତ କରିଦେଇଥିଲା। ଶେଷରେ ସେମାନେ ବିପ୍ଲବୀ ମାନଙ୍କୁ ଗଛରେ ଟାଙ୍ଗି ଫାଶୀଦେଇ ଭୟ ସୃଷ୍ଟି କରୁଥିଲେ।
କ୍ରମଶଃ...
୧୨.୭. ୧୮

No comments:
Post a Comment