୧୮୨୨ ରେ ଖ୍ରୀଷ୍ଟିଆନ ମିଶନାରୀ ବାମ୍ପଟନ ଓ ପେଗ୍ସ କଲିକତାର ଶ୍ରୀରାମପୁରରୁ ଆସି ଓଡ଼ିଶାରେ ପ୍ରବେଶ କଲେ। କଟକ ଜିଲ୍ଲାର ଚୌଦ୍ୱାର ଅଞ୍ଚଳରୁ ଧର୍ମାନ୍ତରିକରଣ ପ୍ରକ୍ରିୟା ଆରମ୍ଭ କଲେ। ପ୍ରଥମ ପର୍ଯ୍ୟାୟରେ ସନ ଡେ ସ୍କୁଲ ମାଧ୍ୟମରେ ପିଲାଙ୍କୁ ଧର୍ମାନ୍ତରଣ କରିବାପାଇଁ ସାରା ଓଡ଼ିଶାରେ ୨୬ ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାସହ ୧୮୨୩ରେ ୪ଟି ଇଂରାଜୀ ବିଦ୍ୟାଳୟ, ୧୮୨୯ରେ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷା ମାଧ୍ୟମରେ ଧର୍ମାନ୍ତରିକରଣର ସହଜ ମାଧ୍ୟମ ଆପଣେଇ ନେଲେ।
୧୮୩୬, ୧୮୩୮, ୧୮୬୬ ସମୟରେ ଅନାବୃଷ୍ଟି, ମରୁଡ଼ି ଓ ଦୁର୍ଭିକ୍ଷ କାରଣରୁ ଲକ୍ଷ ଲକ୍ଷ ଲୋକ ମୃତ୍ୟ ବରଣ କଲେ। ସ୍ଥାନେ ସ୍ଥାନେ ଅନ୍ନଛତ୍ର ଖୋଲାଗଲା। ଯିଏ ଛତ୍ରରେ ଖାଇଲା ସେ ଛତରଖିଆ ହୋଇ ଖ୍ରୀଷ୍ଟିଆନ ହେଲା। ରିଲିଫ ଦିଆଗଲା ନାହିଁ। ଲର୍ଡ଼ ଲିଟନ କହିଲା ମେଅର ଡିଷ୍ଟ୍ରେସ ଇଜ ନଟ ଏ ସଫିସିଏଣ୍ଟ ରିଜନ ଫର ଓପେନିଂ ରିଲିଫ ୱାର୍କ। ତଥାପି ଓଡ଼ିଆ ଜାତି ଲଢ଼େଇରୁ ବିରତ ହୋଇ ନ ଥିଲା।
କ୍ରମଶଃ...
୧୪. ୭. ୧୮

No comments:
Post a Comment