Friday, 6 July 2018

*ବୀରତ୍ବର ଭାବନା - ୩*

କେଶରୀ ବଂଶର ଶାସନ ସମୟରେ ଧର୍ମତ୍ମା ମହାରାଜା ଯଯାତି କେଶରୀ, ଉଦ୍ୟତ କେଶରୀ, ନୃପ କେଶରୀ, ମର୍କତ କେଶରୀ ଓ କର୍ଣ୍ଣ କେଶରୀ ବହୁତ ମନ୍ଦିର ତୋଳାଇ ଥିଲେ। ତାହାର ଵର୍ଣ୍ଣନା କବି ବିଷ୍ଣୁ ଓ ଶୋଭନ ଦେଵ କରିଛନ୍ତି।

କେଶରୀ ବଂଶ ପରେ ଗଙ୍ଗ ବଂଶର ଶାସନ ଆସିଲା। ସେ ସମୟରେ ଓଡ଼ିଶାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା। ଏହି ସମୟରେ କବିରାଜ ବିଶ୍ୱନାଥଙ୍କ 'ସାହିତ୍ୟ ଦର୍ପଣ', କବି ବିଦ୍ୟାଧରଙ୍କ 'ଏକାବଳୀ', କବି ସୋମଯାଜୀଙ୍କ 'ଗଙ୍ଗ ବଂଶାନୁଚରିତ (ଚମ୍ପୂ) ଇତ୍ୟାଦି ଗ୍ରନ୍ଥରେ ଗଙ୍ଗ ବଂଶର ବୀରତ୍ବର ଗାଥା ବର୍ଣ୍ଣିତ। ଏହି ବଂଶର ମହାନ ରାଜା ନରସିଂହ ଦେବ ଗୌଡ଼ ରାଜ୍ୟରେ ମୁସଲମାନଙ୍କୁ ପରାସ୍ତ କରି ମହାନ କୋଣାର୍କ ସୂର୍ଯ୍ୟ ମନ୍ଦିର ତୋଳି ଥିଲେ। ତାଙ୍କର ବୀରତ୍ବର ବର୍ଣ୍ଣନା 'ତବାକତ୍ -ଇ- ନାଶିର' ରେ ହୋଇଅଛି। ତାଙ୍କର ସଭା କବି ଲେଖିଛନ୍ତି -

ରାଢ଼ ବାରେନ୍ଦ୍ର ଯବନୀ ନୟନାଞ୍ଜନାଶ୍ରୁ 
ପୁରେଣ ଦୂର ବିନିବେଶିତ କାଳିମଶ୍ରୀ
ତଦ୍ ବିପ୍ରଲମ୍ଭ କରନୋଦ୍ଭୂତ ନିସ୍ତରଙ୍ଗା
ଗଙ୍ଗାପି ନୂନ ମମଲା ଯମୁନାଧୁନାଭୁତ୍ ।

ଅର୍ଥାତ୍ ରାଢ଼ ବାରେନ୍ଦ୍ରର ମୁସଲମାନ ମହିଳାମାନଙ୍କ ଆଖି ଲୁହରେ କଜ୍ଜ୍ଵଳ କଳା ଭାସି ଆସି ବିମଳ ଗଙ୍ଗାକୁ କାଳିମାମୟ କରିଦେଲା। ସେହି କାଳିମାରେ ଗଙ୍ଗା ନିସ୍ତରଙ୍ଗା ହୋଇ ଯମୁନା ଭଳି ଦେଖା ଗଲେ।

କ୍ରମଶଃ...

୬.୭.୧୮

No comments: