Sunday, 15 July 2018

*ବୀରତ୍ବର ଭାବନା - ୧୨*

ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାର ଲକ୍ଷ ଲକ୍ଷ ପରିବାର ଖାଦ୍ୟାଭାବରୁ ନିଶ୍ଚିହ୍ନ ହୋଇଗଲେ। ରେଭେନ୍ୟୁ ବୋର୍ଡ ପକ୍ଷରୁ ଓଡ଼ିଶାର ସେହି ଦୁର୍ଭିକ୍ଷର ସମୀକ୍ଷା କରି ରିପୋର୍ଟ ପଠାଇବା ସକାଶେ ଟି ଇ ରେଭେନ୍ସାଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ସେ ଓଡ଼ିଶାର ନାରୀମାନଙ୍କ ହାତରେ ଥିବା ପିତଳ ବଳାକୁ ସୁନା ବିଚାର କରି ସରକାରଙ୍କୁ ରିପୋର୍ଟ ଦେଲେ ଯେ, ଓଡ଼ିଶାର ସାଧାରଣ ପଲ୍ଲୀ ଅଞ୍ଚଳରେ ମଧ୍ୟ ପ୍ରଚୁର ପରିମାଣରେ ସ୍ୱର୍ଣ୍ଣ ଅଳଙ୍କାର ଗଚ୍ଛିତ ଅଛି। ସେହି ଭୁଲ ରିପୋର୍ଟ ଫଳରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ନ ମିଳିବାରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।

କେତେକ ବଙ୍ଗୀୟ ଶିକ୍ଷାବିତ୍ ମତ ପ୍ରକାଶ କରିଥିଲେ ଯେ, ଓଡ଼ିଆ ସ୍ବତନ୍ତ୍ର ଭାଷା ନୁହେଁ, ତାହା ବଙ୍ଗଳା ଭାଷାର ଏକ ଶାଖା ମାତ୍ର। ତେଣୁ ବଙ୍ଗ ପ୍ରଦେଶରେ ଓଡ଼ିଶା ଡିଭିଜନର ଶିକ୍ଷା କ୍ଷେତ୍ରରେ ବଙ୍ଗଳା ଭାଷା ପ୍ରଚଳନ କରିବା ଯୁକ୍ତିଯୁକ୍ତ। ୧୮୬୮ ମସିହାରେ ଓଡ଼ିଶା କମିଶନର ଟି ଇ ରେଭେନ୍ସା ସେହି ଯୁକ୍ତିର ପୃଷ୍ଠପୋଷକ ଥିଲେ। କିନ୍ତୁ ଶିକ୍ଷିତ ଓଡ଼ିଆଙ୍କ ପକ୍ଷରୁ ସେଥିର ତୀବ୍ର ପ୍ରତିବାଦ ସୃଷ୍ଟି ହେଲା। ଗଞ୍ଜାମ ଓ ସମ୍ବଲପୁରର ଓଡ଼ିଆମାନେ ସେଥିରେ ଯୋଗଦେଲେ। ସେଠାର କୋର୍ଟ କଚେରୀମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ଆନ୍ଦୋଳନ କଲେ।

କ୍ରମଶଃ...

୧୫. ୭. ୧୮

No comments: